ETV Bharat / international

ତାଲିବାନକୁ ଝଟ୍‌କା, କୌଣସି ସହଯୋଗ କରିବନି ୟୁରୋପୀୟ ସଂଘ

author img

By

Published : Aug 22, 2021, 10:11 AM IST

ତାଲିବାନକୁ ଆଉ ଏକ ବଡ଼ ଝଟକା । ତେବେ ଆଫଗାନିସ୍ତାନକୁ କବଜା କରିବା ପରେ ୟୁରୋପିଆନ ୟୁନିୟନ, ତାଲିବାନକୁ ମାନ୍ୟତା ଦେବାକୁ ମନା କରିଦେଇଛି । ଏହା ସହ ତାଲିବାନୀଙ୍କ ସହିତ କୌଣସି ରାଜନୈତିକ କଥାବାର୍ତ୍ତା କରିବୁ ନାହିଁ ବୋଲି EU କମିଶନ ପ୍ରେସିଡେଣ୍ଟ ଉର୍ସୁଲା ଭୋନ୍ ଡେର୍ ଲେଏନ୍ କହିଛନ୍ତି । ଅଧିକ ପଢନ୍ତୁ...

ତାଲିବାନକୁ କୌଣସି ମାନ୍ୟତା ଦିଆଯିବନି କି ରାଜନୈତିକ କଥାବାର୍ତ୍ତା ନାହିଁ: ୟୁରୋପିୟ ସଙ୍ଘ

କାବୁଲ: ତାଲିବାନକୁ ଆଉ ଏକ ବଡ଼ ଝଟକା । ତେବେ ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ସେଠାରେ ତାର ସରକାର ଗଠନ କରିବାକୁ ଚାହୁଁଛି । ହେଲେ ୟୁରୋପିଆନ ୟୁନିୟନ ତାଲିବାନକୁ ମାନ୍ୟତା ଦେବାକୁ ମନା କରିଦେଇଛି । ଏହାସହ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବାର ଗୋଟିଏ ସପ୍ତାହ ପରେ ମଧ୍ୟ ତାଲିବାନୀଙ୍କ ସହିତ କୌଣସି ରାଜନୈତିକ କଥାବାର୍ତ୍ତା କରିବୁ ନାହିଁ ବୋଲି EU କମିଶନ ପ୍ରେସିଡେଣ୍ଟ ଉର୍ସୁଲା ଭୋନ୍ ଡେର୍ ଲେଏନ୍ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଫଗାନିସ୍ତାନ ପାଇଁ ଚଳିତ ବର୍ଷ ମାନବିକ ସହାୟତା କ୍ଷେତ୍ରରେ 57 ମିଲିୟନ୍ ୟୁରୋ (67 ମିଲିୟନ୍ ଡଲାର୍) ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ତେବେ ମାନବିକ ଅଧିକାରର ସମ୍ମାନ, ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କୁ ଭଲ ବ୍ୟବହାର ଏବଂ ମହିଳା ଏବଂ ଯୁବତୀଙ୍କୁ ଅଧିକାର ଓ ସମ୍ମାନ ଦେବା ପାଇଁ ୟୁନିୟନ ସର୍ବଦା କାର୍ଯ୍ୟ କରିଆସୁଛି ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଆତଙ୍କବାଦୀ ସଂଗଠନ ଭାବେ ଗ୍ରହଣ କରି ଫେସବୁକ, ତାଲିବାନ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ଏପଟେ EU ନେତା କହିଛନ୍ତି ଯେ, ଏଭଳି ସଙ୍କଟ ସମୟରେ ଆମେ ତାଲିବାନ ସହ ଯୋଗାଯୋଗରେ ଅଛୁ, କାରଣ ଏହି କଷ୍ଟ ସମୟରେ ଲୋକଙ୍କୁ କାବୁଲର ବିମାନବନ୍ଦରରେ ପହଞ୍ଚିବାରେ କିପରି ସାହାଯ୍ୟ କରାଯିବ, ସେ ବିଷୟରେ ଆଲୋଚନା କରିବାକୁ ପଡ଼ିବ। ଉର୍ସୁଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ତାଲିବାନ ଦ୍ବାରା ଦିଆଯାଇଥିବା ଭଲ ପ୍ରତିଶୃତିକୁ ବିଚାର କରିପାରୁ କିନ୍ତୁ ତାହା ପୂର୍ବରୁ ଆମେ ତାଙ୍କର ପ୍ରତ୍ୟେକ କାମକୁ ଭଲଭାବରେ ତର୍ଜମା କରିବୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.