ETV Bharat / international

ଦକ୍ଷିଣ ଏସିଆର ବନ୍ୟା ପୀଡିତଙ୍କୁ ୟୁରୋପୀୟ ସଂଘର 1.65 ମିଲିୟନ ୟୁରୋ ସହାୟତା ଘୋଷଣା

author img

By

Published : Aug 11, 2020, 7:00 PM IST

ଦକ୍ଷିଣ ଏସିଆରେ ବିଶେଷ କରି ବାଂଲାଦେଶ, ଭାରତ ଏବଂ ନେପାଳକୁ ପ୍ରଭାବିତ କରିଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ 1.65 ମିଲିୟନ ୟୁରୋ ସହାୟତା ଅର୍ଥ ଘୋଷଣା କରିଛି ୟୁରୋପୀୟ ସଂଘ । ଅଧିକ ପଢନ୍ତୁ...

ଦକ୍ଷିଣ ଏସିଆର ବନ୍ୟା ପୀଡିତଙ୍କୁ ୟୁରୋପିୟ ସଂଘର 1.65 ମିଲିୟନ ୟୁରୋ ସହାୟତା ଘୋଷଣା

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ସହଯୋଗର ହାତ ବଢାଇଛି ୟୁରୋପୀୟ ସଂଘ । ଦକ୍ଷିଣ ଏସିଆରେ ବିଶେଷ କରି ବାଂଲାଦେଶ, ଭାରତ ଏବଂ ନେପାଳକୁ ପ୍ରଭାବିତ କରିଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ 1.65 ମିଲିୟନ ୟୁରୋ ସହାୟତା ଅର୍ଥ ଘୋଷଣା କରିଛି ୟୁରୋପୀୟ ସଂଘ ।

ଏହା ପୂର୍ବରୁ ଚଳିତ ବର୍ଷ ମେ ମାସରେ ଭାରତ ଓ ବାଂଲାଦେଶରେ ପ୍ରକୃତିର ତାଣ୍ଡବ ରଚିଥିବା ବାତ୍ୟା ଅମ୍ଫାନ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ୟୁରୋପୀୟ ୟୁନିୟନ ପକ୍ଷରୁ 1.8 ମିଲିୟନ ୟୁରୋ ଅର୍ଥ ସହୟତା ଘୋଷଣା କରାଯାଇଥିଲା । ତେବେ ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ୟୁରୋପ ପକ୍ଷରୁ 3.45 ମିଲିୟନ ୟୁରୋ ସହାୟତା ଅର୍ଥ ପ୍ରଦାନ କରାଯାଇଥିବା ନାଗରିକ ସୁରକ୍ଷା ଏବଂ ମାନବିକ ସହାୟତା ଅପରେସନ (ECHO) ଏକ ବିବୃତ୍ତିରେ କହିଛି।

ୟୁରୋପୀୟ ୟୁନିୟନ ପକ୍ଷରୁ ଘୋଷଣା ହୋଇଥିବା ସହାୟତା ଅର୍ଥ ମଧ୍ୟରୁ ଭାରତରେ ଖାଦ୍ୟ ଏବଂ ଜୀବିକା, ଜରୁରୀକାଳୀନ ସହାୟତା ଯୋଗାଣ ଏବଂ ଜଳ ଓ ପରିମଳ ସେବା ପାଇ ଅତିରିକ୍ତ 500,000 ୟୁରୋ ଖର୍ଚ୍ଚ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.