ETV Bharat / international

ସେଲ୍ଫ ଆଇସୋଲେସନରେ ଏକାଧିକ ଦକ୍ଷିଣ କୋରିଆ ପ୍ରତିରକ୍ଷା ଅଧିକାରୀ

ନିକଟରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ବିଭାଗ ଦ୍ବାରା ପରିଚାଳିତ ଡେ-କେୟାର ସେଣ୍ଟରରେ ଏକ 3 ବର୍ଷର ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାର ତୁରନ୍ତ ପରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ବିଭାଗର 10ରୁ ଉର୍ଦ୍ଧ୍ବ ପ୍ରତିରକ୍ଷା ଅଧିକାରୀ ସେଲ୍ଫ ଆଇସୋଲେସନରେ ରହିଥିବା ଜଣା ପଡିଛି ।

south korean defence officer's self isolation, defence ministry of south korea, coronavirus latest news, ଦକ୍ଷିଣ କୋରିଆ ପ୍ରତିରକ୍ଷା ଅଧିକାରୀଙ୍କ ସେଲ୍ଫ ଆଇସୋଲେସନ, ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ, କୋରୋନାଭାଇରସ ଲାଟେଷ୍ଟ ନ୍ୟୁଜ୍‌
ସେଲ୍ଫ ଆଇସୋଲେସନରେ ଏକାଧିକ ଦକ୍ଷିଣ କୋରିଆ ପ୍ରତିରକ୍ଷା ଅଧିକାରୀ
author img

By

Published : Jun 29, 2020, 11:59 PM IST

ସିଓଲ: ନିକଟରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ବିଭାଗ ଦ୍ବାରା ପରିଚାଳିତ ଡେ-କେୟାର ସେଣ୍ଟରରେ ଏକ 3 ବର୍ଷର ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାର ତୁରନ୍ତ ପରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ବିଭାଗର 10ରୁ ଉର୍ଦ୍ଧ୍ବ ପ୍ରତିରକ୍ଷା ଅଧିକାରୀ ସେଲ୍ଫ ଆଇସୋଲେସନରେ ରହିଥିବା ଜଣା ପଡିଛି । ରବିବାର ଶିଶୁଟି କୋରୋନା ଚିହ୍ନଟ ହେବା ପରେ ସୋମବାରଠାରୁ ଏହି ସମସ୍ତ ଅଧିକାରୀ ସେଲ୍ଫ ଆଇସୋଲେସନରେ ରହିଛନ୍ତି ।

ସୂଚନା ମୁତାବକ ପ୍ରତିରକ୍ଷା ମନ୍ତ୍ରଣାଳୟର ପରିସରରେ ରହିଥିବା ନର୍ସରୀର ଜଣେ ଶିକ୍ଷକ ପଜିଟିଭ ଚିହ୍ନଟ ହେବା ପରେ ପରେ ଡେ-କେୟାର ସେଣ୍ଟରର 3 ବର୍ଷର ଶିଶୁ ପଜିଟିଭ ଚିହ୍ନଟ ହୋଇଥିଲା । ଶିଶୁଟିର ବାପା ମା’ ନେଗେଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରାଥମିକ ସୁରକ୍ଷା ପଦକ୍ଷେପ ଭାବେ ଶିଶୁଟିର ପିତାଙ୍କ ସହକର୍ମୀଙ୍କୁ ଆଗାମୀ ଦୁଇ ସପ୍ତାହ ପାଇଁ ସେଲ୍ଫ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଡେ-କେୟାର ସେଣ୍ଟରକୁ ବର୍ତ୍ତମାନ ବନ୍ଦ କରାଯାଇଛି । ସେପଟେ ଏଠାକୁ 214 ଶିଶୁ ଦୈନିକ ଆସିଥାଆନ୍ତି । ବର୍ତ୍ତମାନ ସମସ୍ତ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କ ଟେଷ୍ଟିଂ ପ୍ରକ୍ରିୟା ଜାରି ରହିଛି । ସୋମବାର ସୁଦ୍ଧା ମୋଟ 58 ଜଣ ସେନା ଅଧିକାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 54 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.