ETV Bharat / international

ଜୁଆ ଖେଳିବା ଅଭିଯୋଗରେ ପାକିସ୍ତାନରେ ଗଧ ଗିରଫ

author img

By

Published : Jun 8, 2020, 6:56 PM IST

କୋରୋନା କାଳରେ ଜୁଆ ଖେଳ ଅଭିଯୋଗରେ ଗିରଫ ହୋଇଛି ଗଧ । କୁହାଯାଉଛି ଯେ ପାକିସ୍ତାନର ପଞ୍ଜାବ ପ୍ରଦେଶର ରହୀମ ୟାର ଖାନ ଅଞ୍ଚଳରେ ପୋଲିସ ଏହି ଗଧକୁ ଶନିବାର ଗିରଫ କରିଛି। ଗଧ ସହିତ ଅନ୍ୟ 8ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଗଧର ନାମ ଏଫଆଇଆର ମଧ୍ୟ ଦାଖଲ ହୋଇଥିବା ଖବର ରହିଛି ।

ଫାଇଲ ଫଟୋ
ଫାଇଲ ଫଟୋ

ଇସଲାମାବାଦ: ଜୁଆ ଖେଳି ଜୁଆଡି ଗିରଫ ଖବର ଶୁଣାକଥା । ମାତ୍ର ଜୁଆ ଖେଳିବା ଅଭିଯୋଗରେ ଗଧ ଗିରଫ ହେବା କଥା ଆଶ୍ଚର୍ଯ୍ୟ ଓ ବିସ୍ମୟକର । ମାତ୍ର ପାକିସ୍ତାନରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କୋରୋନା କାଳରେ ଜୁଆ ଖେଳ ଅଭିଯୋଗରେ ଗିରଫ ହୋଇଛି ଗଧ । କୁହାଯାଉଛି ଯେ ପାକିସ୍ତାନର ପଞ୍ଜାବ ପ୍ରଦେଶର ରହୀମ ୟାର ଖାନ ଅଞ୍ଚଳରେ ପୋଲିସ ଏହି ଗଧକୁ ଶନିବାର ଗିରଫ କରିଛି। ଗଧ ସହିତ ଅନ୍ୟ 8ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଗଧର ନାମ ଏଫଆଇଆର ମଧ୍ୟ ଦାଖଲ ହୋଇଥିବା ଖବର ରହିଛି ।

ରହୀମ ୟାର ଖାନ ଅଞ୍ଚଳର ଏସଏଚଓ କହିଛନ୍ତି ଯେ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଗଧ ନାଁରେ ମଧ୍ୟ ଏଫଆଇଆର ପଞ୍ଜିକୃତ ହୋଇଛି । ଅଭିଯୁକ୍ତ ଗଧଟି ପୋଲିସ ଷ୍ଟେସନ ବାହାରେ ବନ୍ଧା ହୋଇଛି । ସନ୍ଦିଗ୍ଧ ଜୁଆ ଖେଳାଳିଙ୍କ ନିକଟରୁ ପୋଲିସ 1.20 ଲକ୍ଷ ଟଙ୍କା ଜବତ କରିଛି ।

ପୋଲିସ କହିଛି ଯେ ଏହି ଜୁଆ ଖେଳାଳିମାନେ ଗଧ ଦୌଡ଼ରେ ଟଙ୍କା ବିନିଯୋଗ କରୁଛନ୍ତି । ପୋଲିସର ଏହି ପଦକ୍ଷେପ କେବଳ ଅଞ୍ଚଳରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.