ନୂଆଦିଲ୍ଲୀ: ସାଧାରଣତଃ କିଛି ଲୋକଙ୍କୁ ଘରେ କୁକୁର ରଖିବା ବହୁତ ପସନ୍ଦ ଥାଏ । ସେଥିପାଇଁ ଲୋକମାନେ ନିଜ ପସନ୍ଦର କୁକୁର ଘରେ ରଖିବା ସହ ତାର ବହୁତ ଭଲ ଯତ୍ନ ନେଇଥାନ୍ତି । ତେବେ ଅଷ୍ଟ୍ରେଲିଆରେ କୁକୁରକୁ ନେଇ ଏକ ଭିନ୍ନ ଆଇନ ରହିଛି । ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
ତେବେ ଅଷ୍ଟ୍ରେଲିଆର କୈନବରାରେ ଆପଣ ନିଜ ପୋଷା କୁକୁରକୁ ଦିନକୁ ଥରେ ହେଲେ ବାହାରକୁ ବୁଳାଇବା ଅର୍ନିବାର୍ଯ୍ୟ ଅଟେ । ତେବେ ଯଦି ଏହି ନିୟମ କେହି ଉଲଙ୍ଘନ କରନ୍ତି ତେବେ ସେମାନଙ୍କୁ 1 ଲକ୍ଷ 91 ହଜାର ଟଙ୍କାର ଜୋରିମାନା ଭରିବାକୁ ପଡିଥାଏ ।
ଏଥିସହ ଏଠାରେ ଆଉ ଏକ ନିୟମ ମଧ୍ୟ ରହିଛି । ନିୟମଟି ହେଉଛି ଯଦି ମାଲିକ ତାର ପୋଷା କୁକୁର ଖାଇବା ପିଇବା ଏବଂ ସ୍ବାସ୍ଥ୍ୟର ଉଚିତ୍ ଯତ୍ନ ନ ନିଏ ତେବେ ମାଲିକକୁ ତୁରନ୍ତ ଜୋରିମାନା ଦେବାକୁ ପଡିଥାଏ ।
ଏହାଛଡା ଏଠାରେ କେବଳ ପୋଷା କୁକୁରକୁ ନେଇ ଏହି ନିୟମ ଲାଗୁ ହୋଇନଥାଏ ବରଂ ସମାନ ନିୟମ ପୋଷା ବିଲେଇକୁ ନେଇ ମଧ୍ୟ ହୋଇଥାଏ ।