ETV Bharat / international

ତେଜୁଛି ଇମ୍ରାନ ହଟାଅ ଅଭିଯାନ, ଚିନ୍ତାରେ ସରକାର - ଇମ୍ରାନଙ୍କ ଇସ୍ତଫା ଦାବି କଲେ ପ୍ରଦର୍ଶନକାରୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପଦଚ୍ୟୁତ୍ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକ। ଏହା ସହିତ ସେମାନେ  ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି।

ଫାଇଲ ଫଟୋ
author img

By

Published : Nov 1, 2019, 6:56 PM IST

ଇସଲାମାବାଦ: ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର । ତାଙ୍କୁ ପଦଚ୍ୟୁତ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକ। ଏହା ସହିତ ସେମାନେ ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି।

ଦକ୍ଷିଣପନ୍ଥୀ ଜମିୟତ ଉଲେମା-ଏ-ଇସଲାମ ଫଜଲ(ଜେୟୁଆଇ-ଏଫ)ର ପ୍ରମୁଖ ମୌଲାନା ଫଜଲୁର ରହମାନଙ୍କ ନେତୃତ୍ଵରେ ତୀବ୍ର ହୋଇଛି ଇମ୍ରାନ ହଟାଓ ଅଭିଯାନ। ଏଥିପାଇଁ ଶୁକ୍ରବାର ଇସଲାମାବାଦରେ ହୋଇଛି ଏକ ବଡ ଧରଣର ରାଲି । ଇମ୍ରାନକୁ ଗାଦିଚ୍ୟୁତ କରିବା ପାଇଁ ଅକ୍ଟୋବର ୨୭ରେ ଅନ୍ୟ ବିରୋଧୀ ଦଳର ନେତାଙ୍କ ସହିତ ଦକ୍ଷିଣ ସିନ୍ଧ ପ୍ରାନ୍ତରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଗତ ୫ ଦିନ ମଧ୍ୟରେ ପାକିସ୍ତାନରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଭିନ୍ନ ଭିନ୍ନ ସହରରୁ ଲୋକ ଏହି ସ୍ବାଧୀନତା ରାଲିରେ ସାମିଲ ହୋଇଛନ୍ତି । 2018 ସାଧାରଣ ନିର୍ବାଚନରେ ଇମ୍ରାନ ଅନିୟମିତତା କରିଥିବା ଅଭିଯୋଗ କରି ତତ୍କାଳ ଇସ୍ତଫା ଦାବି କରିଛନ୍ତି ପ୍ରଦର୍ଶନକାରୀ ।

ଏହା ବ୍ୟତିତ ସେମାନେ ଇମ୍ରାନଙ୍କ ବିରୋଧରେ ଅର୍ଥବ୍ୟବସ୍ଥାର କୁପ୍ରବନ୍ଧନ, କୁପ୍ରଶାସନ ଏବଂ ଅକ୍ଷମତାର ଅଭିଯୋଗ ମଧ୍ୟ ଲଗାଇଛନ୍ତି । ଯାହା ଦ୍ବାରା ସାଧାରଣ ଲୋକ ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି । ଏହି ସରକାର ବିରୋଧୀ ପ୍ରଦର୍ଶନରେ ପାକିସ୍ତାନ ମୁସଲିମ ଲିଗ-ନଓ୍ଵାଜ(ପିଏମଏଲ-ଏନ) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ସମେତ ବିରୋଧୀ ଦଳର ହଜାର ହଜାର ସଂଖ୍ୟକ ସମର୍ଥକ ସାମିଲ ହୋଇଛନ୍ତି।

Intro:Body:

dgr

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.