ETV Bharat / international

ପାକିସ୍ତାନରେ ଦୈନିକ ଆକ୍ରାନ୍ତ 2000 ପାର, ମୋଟ୍ ପଜିଟିଭ ଟପିଲା 60 ହଜାର

ପାକ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗୁରୁବାର 2076ଟି କୋରୋନା ମାମଲା ସାମନାକୁ ଆସିଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତ 61 ହଜାର 227 ପହଞ୍ଚିଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ଦୈନିକ ଆକ୍ରାନ୍ତ 2000 ପାର, ମୋଟ୍ ପଜିଟିଭ ଟପିଲା 60 ହଜାର
ପାକିସ୍ତାନରେ ଦୈନିକ ଆକ୍ରାନ୍ତ 2000 ପାର, ମୋଟ୍ ପଜିଟିଭ ଟପିଲା 60 ହଜାର
author img

By

Published : May 28, 2020, 4:55 PM IST

Updated : May 28, 2020, 5:03 PM IST

ଇସଲାମାବାଦ: ପାକିସ୍ତାନରେ ସାଙ୍ଘାତିକ ପାଲଟିଛି କୋରୋନା ସ୍ଥିତି । ପ୍ରଥମ ଥର ଗୋଟିଏ ଦିନରେ 2000 ଉପରେ କେସ ବାହାରିଛି । ଫଳରେ ଦେଶରେ ମୋଟ୍ ଆକ୍ରାନ୍ତ 60 ହଜାର ଟପିଛି ।

ପାକ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗୁରୁବାର 2076ଟି କୋରୋନା ମାମଲା ସାମନାକୁ ଆସିଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତ 61 ହଜାର 227 ପହଞ୍ଚିଛି । ସେହିପରି ମୋଟ୍ ମୃତ୍ୟୁସଂଖ୍ୟା 1240 ରହିଛି । ସିନ୍ଧରେ ସର୍ବାଧିକ 24 ହଜାର 206 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ପଞ୍ଜାବରେ 22 ହଜାର 37ଟି କେସ ସ୍ପଷ୍ଟ ହୋଇଛି । ସେହିପରି ଖାଏବର ପଖତୁଙ୍ଖ୍ୱାରେ 8483, ବାଲୋଚିସ୍ତାନରେ 3616, ଇସଲାମାବାଦରେ 2015, ଗିଲଗିଟ୍ ବାଲଟିସ୍ତାନରେ 651 ଏବଂ ପିଓକେରେ 219 ମାମଲା ବାହାରିଛି ।

ଏପର୍ଯ୍ୟନ୍ତ ପାକିସ୍ତାନରେ 20 ହଜାର 231 ଲୋକ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ 5 ଲକ୍ଷ 8 ହଜାର 86ଟି ସାମ୍ପଲ ଟେଷ୍ଟ ସରିଛି । ପୂର୍ବରୁ ପାକିସ୍ତାନରେ ଥିବା ବ୍ରିଟିଶ ହାଇକମିସନର ୟୁକେରେ ଥିବା ସମସ୍ତ ପାକିସ୍ତାନୀକୁ ସାହାଯ୍ୟ କରିବାକୁ ଏକ ଫଣ୍ଡ ଖୋଲିଥିବା ସୂଚନା ଦେଇଛନ୍ତି । ଏଥିରେ ପାକିସ୍ତାନବାସୀ ଆର୍ଥିକ ସହାୟତା ଦେଇପାରିବେ ବୋଲି ସେ କହିଛନ୍ତି ।

Last Updated : May 28, 2020, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.