ETV Bharat / international

କୋରୋନା ଆକ୍ରାନ୍ତ ଆରୋଗ୍ୟ: ଖୁସିରେ ନାଚିଲେ ସ୍ୱାସ୍ଥ୍ୟକର୍ମୀ

ଭିଡିଓରେ ପୂର୍ବ ଚୀନର ଆନହୁଇ ହସ୍ପିଟାଲ ସାମ୍ନାରେ ଖୁସିରେ ଦୁଇ ଜଣ ମେଡିକାଲ ଆଟେଣ୍ଡାଣ୍ଟ ନାଚୁଥିବା ଦେଖିବାକୁ ମିଳୁଛି । ଦୁଇ ଆଟେଣ୍ଡାଣ୍ଟ ବାଲେଟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । କୋରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବା ପରେ ଖୁସିର ନୃତ୍ୟ କରିଛନ୍ତି ଚିକିତ୍ସାକର୍ମୀ । ଅଧିକ ପଢନ୍ତୁ...

author img

By

Published : Feb 26, 2020, 8:25 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ବେଜିଂ: ପ୍ରାଣଘାତକ ମାରାତ୍ମକ କୋରୋନା ଭାଇରାସ ଆଗରେ ନାଚାର ଚୀନ । ଦିନକୁ ଦିନ ସ୍ଥତି ସଙ୍କଟାପର୍ଣ୍ଣ ହେବାରେ ଲାଗିଛି । ହୁ ହୁ ହୋଇ ବଢି ଚାଲିଛି ମୃତ୍ୟୁ ସଂଖ୍ୟା, ଅଣାୟତ୍ତ ସଂକ୍ରମଣ ରିପୋର୍ଟ । ଏପରିସ୍ଥିତିରେ ଏହି ଜୀବନନାଶକ ଭାଇରସ କବଳରୁ ଜନଜୀବନ ରକ୍ଷା କରିବା ପାଇଁ ଜାରି ରହିଥିବା ପ୍ରୟାସର ଶ୍ରେୟ ଦେଶର ସମସ୍ତ ଡାକ୍ତରୀଦଳ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳୁଛି । ସଦ୍ୟ ଭାଇରାଲ ଏକ ଭିଡିଓ କୋରୋନା ସଂକ୍ରମଣରେ ସଫଳ ଚିକିତ୍ସା କରି ରୋଗୀଙ୍କୁ ଆରୋଗ୍ୟ କରିବାର ଖୁସିରେ ହସ୍ପିଟାଲର ଦୁଇ କର୍ମଚାରୀ ନାଚ କରୁଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର@PDChina

ଭିଡିଓ ଟିରେ ପୂର୍ବ ଚୀନର ଆନହୁଇ ହସ୍ପିଟାଲ ସାମ୍ନାରେ ଖୁସିରେ ଦୁଇ ଜଣ ମେଡିକାଲ ଆଟେଣ୍ଡାଣ୍ଟ ନାଚୁଥିବା ଦେଖିବାକୁ ମିଳୁଛି । ଦୁଇ ଆଟେଣ୍ଡାଣ୍ଟ ବାଲେଟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସ ମାନେ ଏହି ଦୁଇ କର୍ମୀଙ୍କୁ ଦେବଦୂତ, ହିରୋ ଓ ପରୀଙ୍କ ସହ ତୁଳନା କରିଛନ୍ତି ।

ଚୀନର ଏକ ପ୍ରମୁଖ ଗଣମାଧ୍ୟମ ଏହି ଭିଡିଓ ଟିକୁ ସେୟାର କରିଛି । ରୋଗୀଙ୍କୁ ଆରୋଗ୍ୟ କରିବାର ଖୁସିର ନୃତ୍ୟ କହିବା ସହ ଏହାସହ ଏକ ହୃଦୟସ୍ପର୍ଶୀ କ୍ଷଣ ବୋଲି ଉଲ୍ଲେଖ କରିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଚୀନରେ କୋରୋନା ଭାଇରସ ଉଗ୍ର ରୂପ ଧାରଣ କରିଥିବା ବେଳେ ଏବେ ଏହା ସାରା ବିଶ୍ବରେ କାୟା ବିସ୍ତାର କରି ଚାଲିଛି । ଚାଇନାରେ ଏଥିରେ ସଂକ୍ରମିତ ହୋଇ 2663 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 77658 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଭାଇରସ ଜାପାନ, ଦକ୍ଷିଣ କୋରିଆ ଓ ଇଟାଲି ପରେ ଏବେ ଇରାନକୁ ମଧ୍ୟ ବ୍ୟାପିଛି ।

ଚୀନରେ ଦିନ ରାତି ଏକ କରି ଦେଶର ଅନେକ ହସ୍ପିଟାଲରେ ଡାକ୍ତରୀଦଳ ଓ ଚିକିତ୍ସାକର୍ମୀ ପ୍ରାଣକୁ ଖାତିର ନକରି ଆପ୍ରାଣ ଉଦ୍ୟମ କରି ଭୁତାଣୁ ସଂକ୍ରମିତଙ୍କ ଆରୋଗ୍ୟ ପାଇଁ ଘର ପରିବାର ଠାରୁ ଦୁରେଇ ଭାବରେ ହସ୍ପିଟାଲରେ କାର୍ଯ୍ୟରତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.