ETV Bharat / international

ପାକିସ୍ତାନରେ କୋରୋନା ପ୍ରଳୟ, ଆକ୍ରାନ୍ତ ସଂଖ୍ୟା 21 ହଜାର ପାର

author img

By

Published : May 5, 2020, 11:35 PM IST

ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ଦେଶରେ 1315 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତ ସଂଖ୍ୟା 21,501ରେ ପହଞ୍ଚିଛି ।

corona in pakistan, corona update, coronavirus news, lockdown in pakistan, ପାକିସ୍ତାନରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନରେ ଲକଡାଉନ
ପାକିସ୍ତାନରେ କୋରୋନା ପ୍ରଳୟ, ଆକ୍ରାନ୍ତ ସଂଖ୍ୟା 21 ହଜାର ପାର

ଇସଲାମାବାଦ: ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ଦେଶରେ 1315 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତ ସଂଖ୍ୟା 21,501ରେ ପହଞ୍ଚିଛି । ସେପଟେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 24 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 486ରେ ପହଞ୍ଚିଛି । ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛି ।

ସୂଚନା ମୁତାବକ ଚିହ୍ନଟ 21,501 ଆକ୍ରାନ୍ତଙ୍କ ମଧ୍ୟରେ ପଞ୍ଜାବ ପ୍ରାନ୍ତରେ 8103, ସିନ୍ଧରେ 7882, ଖୈବର-ପଖତୁଙ୍ଖୱାରେ 3288, ବାଲୋଚିସ୍ତାନରେ 1321, ଇସଲାମାବାଦରେ 464, ଗିଲଗିଟ-ବାଲତିସ୍ତାନରେ 372 ଓ ପାକିସ୍ତାନ ଅଧିକୃତ କଶ୍ମୀରରେ 71ଟି ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 2,22,404ଟି ଟେଷ୍ଟିଂ ହୋଇଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 9857ଟି ଟେଷ୍ଟ କରାଯାଇଛି । ସେପଟେ ଚିକିତ୍ସାଧିନ 5782ଜଣ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମରାନ ଖାନ ବୈଠକ କରି ଧିରେ ଧିରେ ଲକଡାଉନ ନିୟମ କୋହଳ କରିବାର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.