ETV Bharat / international

ବାରଣ ସତ୍ତ୍ବେ ପାକିସ୍ତାନ ମସଜିଦରେ ଜମୁଛି ଭିଡ

author img

By

Published : Apr 14, 2020, 11:53 PM IST

ପାକିସ୍ତାନରେ ଥିବା ଅନେକ ମସଜିଦରେ ଏବେ ବି ଜମୁଛି ଲୋକଙ୍କ ଭିଡ । ଆଉ ଏନେଇ ଲୋକେ କହୁଛନ୍ତି କି ଆମେ ସମସ୍ତଙ୍କ ଶୀଘ୍ର ସୁସ୍ଥତା କାମନା କରିବା ପାଇଁ ଏକାଠି ହେଉଛୁ ।

corona in pakistan, corona update, corona fight, violation of lockdown rules in pakistan, pakistan latest news, ପାକିସ୍ତାନରେ କୋରୋନା, କୋରୋନା ଅପଡେଟ, କୋରୋନା ମୁକାବିଲା, ପାକିସ୍ତାନରେ ଲକଡାଉନ ନିୟମ ଉଲଙ୍ଘନ, ପାକିସ୍ତାନ ଲାଟେଷ୍ଟ ନ୍ୟୁଜ୍‌
ବାରଣ ସତ୍ତ୍ବେ ପାକିସ୍ତାନ ମସଜିଦରେ ଜମୁଛି ଭିଡ

ଇସଲାମାବାଦ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛି ପାକିସ୍ତାନ । ମୁଖ୍ୟତଃ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଦେଶବାସୀଙ୍କୁ ଅପିଲ କରାଯାଉଥିଲେ ବି ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ଦେଶରେ ଥିବା ଅନେକ ମସଜିଦରେ ଏବେ ବି ଜମୁଛି ଲୋକଙ୍କ ଭିଡ । ଆଉ ଏନେଇ ଲୋକେ କହୁଛନ୍ତି କି ଆମେ ସମସ୍ତଙ୍କ ଶୀଘ୍ର ସୁସ୍ଥତା କାମନା କରିବା ପାଇଁ ଏକାଠି ହେଉଛୁ ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ପାକିସ୍ତାନରେ ହଜାର ବାରଣ ସତ୍ତ୍ବେ ଏକାଠି ହେଉଛନ୍ତି ଶହ ଶହ ନାଗରିକ ଓ କରୁଛନ୍ତି ନମାଜ ପାଠ । ଏନେଇ ପଚରାଯିବାରୁ ସେମାନେ କହିଛନ୍ତି କି ଆମେ ଏକା ନୁହେଁ ଯିଏ ମସଜିଦ ଆସି ନମାଜ ପଢୁଛୁ । ଏପରି ଅନେକ ନାଗରିକ ଅଛନ୍ତି ଯେଉଁମାନେ ଘରୁ ବାହାରି ସାମାଜିକ ଦୂରତା ନିୟମ ଭାଙ୍ଗୁଛନ୍ତି । କିନ୍ତୁ ଏହା ପଛରେ ରହିଛି ଏକ ମହତ ଉଦ୍ଦେଶ୍ୟ । ଦେଶରେ କୋରୋନା ପରିସ୍ଥିତିର ମୁକାବିଲା ସହ ଲୋକଙ୍କ ଶୀଘ୍ର ସୁସ୍ଥତା କାମନା କରୁଛୁ । ଯାହାକୁ ନେଇ ଚିନ୍ତାରେ ସରକାର ।

ସୂଚନା ଅନୁଯାୟୀ ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା 5300ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 93 ରହିଛି । ସେପଟେ ଲୋକଙ୍କ ମସଜିଦରେ ନମାଜ ପାଠ ପ୍ରସଙ୍ଗରେ ସରକାର ନିୟମ କୋହଳ କରିବା ପାଇଁ ଅପିଲ କରିଛନ୍ତି ସାଧାରଣ ନାଗରିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.