ବେଞ୍ଜିଂ: ମେନଲ୍ୟାଣ୍ଡ ଚାଇନାରେ 5 ନିଶ୍ଚିତ କୋରୋନା ଚିହ୍ନଟ । ମଙ୍ଗଳବାର ଏହି ରିପୋର୍ଟ ଆସିଥିବା ନେଇ ବୁଧବାର ଚାଇନାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ଏଥିରୁ 4ଟି ମାମଲା ଘରୋଇ ହୋଇଥିବା ବେଳେ ଅନ୍ୟଟି ବିଦେଶୀଙ୍କ ଦ୍ବାରା ସଂକ୍ରମିତ ।
ମଙ୍ଗଳବାର କୌଣସି କୋରୋନା ଜନିତ ମୃତ୍ୟୁ ଘଟିନାହିଁ । ଏହି 3ଟି ମାମଲା ସଂଘାଇର ବୋଲି ଜଣାପଡିଛି । ଅନ୍ୟଟି ଦୁଇଟି ମଧ୍ୟରୁ ଗୋଟିଏ ବିଦେଶୀଙ୍କ ଦ୍ବାରା ସଂକ୍ରମିତ । ମଙ୍ଗଳବାର ଦିନ ତିନି ଜଣଙ୍କୁ ପୁନରୁଦ୍ଧାର ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବାବେଳେ ଗୁରୁତର ରୋଗ ସଂଖ୍ୟା ଏକରୁ ନଅକୁ ହ୍ରାସ ପାଇଛି ।
ବର୍ତ୍ତମାନ ମେନଲ୍ୟାଣ୍ଡରେ କୋରୋନା ମାମଲା 82 ହଜାର 965 ଜଣ ଥିବାବେଳେ ଏଥି ମଧ୍ୟରୁ 87 ଜଣ ଚିକିତ୍ସିତ ହେଉଛନ୍ତି । 78,244 ଜଣ ସୁସ୍ଥ ହେଲେଣି । ଏଠାରେ 4 ହଜାର 634 ଜଣ ମୃତ୍ୟୁବରଣ କଲେଣି ।