ବେଜିଂ: କୋଭିଡ-19 ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିବାକୁ ଚୀନ୍ 6.5 ଲକ୍ଷ କୋରୋନା ଭାଇରସ୍ ମେଡିକାଲ୍ କିଟ୍ ଭାରତକୁ ପଠାଇଛି । ଏନେଇ ଚୀନରେ ଭାରତର ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି । 15 ଦିନ ମଧ୍ୟରେ ବିତରଣ ହେବାକୁ ଥିବା ପ୍ରାୟ 20 ଲକ୍ଷ କିଟର ମୋଟ ଅର୍ଡରରରେ ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ ମଧ୍ୟ ରହିଛି ।
ରାପିଡ ଆଣ୍ଟିବଡି ଟେଷ୍ଟ ଏବଂ ଆରଏନଏ ଏକ୍ସଟ୍ରାକସନ କିଟ୍ ସମେତ ମୋଟ 6,50,000 କିଟ୍ ଆଜି ଗୁଆଙ୍ଗୋ ବିମାନବନ୍ଦରରୁ ଭାରତକୁ ପଠାଯାଇଛି ବୋଲି ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଟ୍ୱିଟ୍ କରିଛନ୍ତି। ପ୍ରତିଦିନ ଦେଶରେ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କରି ସରକାର ପରୀକ୍ଷା କିଟ୍ ତଥା ଚିକିତ୍ସା ଉପକରଣର ଯଥେଷ୍ଟ ଯୋଗାଣ ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି । ଯେପରିକି ଡାକ୍ତରଙ୍କ ପାଇଁ ପ୍ରତିରକ୍ଷା ପୋଷାକ (ପିପିଏ) ଏବଂ ଉନ୍ନତ ଶ୍ୱାସକ୍ରିୟାରେ ପୀଡିତ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଆଦିର ବ୍ୟବସ୍ଥା କରୁଛନ୍ତି ।
ଗତ ବର୍ଷ ଡିସେମ୍ବରରେ ଏହି ମହାମାରୀ ଚୀନରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଚୀନ ମେଡିକାଲ୍ ସାମଗ୍ରୀ, ବିଶେଷକରି ପିପିଏ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) କିଟ୍ ଏବଂ ଭେଣ୍ଟିଲେଟର ପାଇଁ ପ୍ରାଥମିକ ଯୋଗାଣକାରୀ ହୋଇପାରିଛି। ଏହି ମହାମାରୀ ଚାଇନାରେ 80,000ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରି 3,346 ଜଣଙ୍କର ମୁଣ୍ଡ ନେଇଛି ।