ETV Bharat / international

ୱେଡିଂ ରିଙ୍ଗରୁ ସ୍ବାମୀଙ୍କ ମୃତ୍ୟୁ ସନ୍ଧାନ - reunion island

ପତ୍ନୀଙ୍କ ଜନ୍ମଦିନ ପାଳି ସାର୍କର ଶିକାର ସ୍ବାମୀ, ସାର୍କ ପେଟରେ ରହିଗଲା ସ୍ବାମୀଙ୍କ ଶରୀରର କିଛି ଅଂଶ । ଆଉ ଏହାସହ ଥିଲା ୱେଡିଂ ରିଙ୍ଗ। ଏଥିରୁ ପତ୍ନୀ ସ୍ବାମୀଙ୍କୁ ସାର୍କ ଖାଇଥିବା ଜାଣିଥିଲେ ।

ଡିଜାଇନ ଫଟୋ
author img

By

Published : Nov 9, 2019, 2:16 AM IST

ଲଣ୍ଡନ: ମନ ଖୁସିରେ ପତ୍ନୀଙ୍କ ଜନ୍ମଦିନ ପାଳିବାକୁ ଲକ୍ସରୀ ଟ୍ରିପରେ ଆସିଥିଲେ ବ୍ରିଟିଶ ଦମ୍ପତି । ରିଚାର୍ଡ ମାର୍ଟିନ ଟର୍ଣ୍ଣର ଇଡେନବର୍ଗରୁ ପତ୍ନୀଙ୍କ 40 ତମ ଜନ୍ମଦିନ ପାଳିବା ପାଇଁ ରିୟୁନିଅନ ଦ୍ବିପକୁ ଆସିଥିଲେ । ହେଲେ ତାଙ୍କର ଖୁସିରେ ଲାଗିଗଲା କାହା ନଜର। ଭାରତ ମହାସାଗରରେ ଥିବା ଦ୍ବୀପରେ ପହଁରୁଥିବା ବେଳେ ରିଚାର୍ଡ ଟାଇଗର ସାର୍କର ଶିକାର ହୋଇଥିଲେ ।

13 ଫୁଟ ଲମ୍ବର ଏହି ସାର୍କ ରିଚାର୍ଡଙ୍କ ଶରୀରକୁ ଖାଇବା ପରେ ବଳିଯାଇଥିଲା ତାଙ୍କର ହାତ । ନିକଟରେ ସାର୍କଟି ଧରାଯିବା ପରେ ତାର ପେଟରୁ ମିଳିଥିଲା ଏହି ହାତ । ରିଚାର୍ଡଙ୍କ ପତ୍ନୀ ସେହି ହାତରେ ଥିବା ୱେଡିଂ ରିଙ୍ଗରୁ ହିଁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଜାଣିଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଦ୍ବିପଟି ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ । ହେଲେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପଟେ ଘଟଣାରେ ୟୁକେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.