ETV Bharat / international

ବ୍ରାଜିଲରେ ଲକ୍ଷେ ଛୁଇଁବ କୋରୋନା ମୃତ୍ୟୁସଂଖ୍ୟା, 30 ଲକ୍ଷ ମୁହାଁ ଆକ୍ରାନ୍ତ

author img

By

Published : Aug 8, 2020, 11:13 AM IST

ବ୍ରାଜିଲରେ ଶନିବାର ସୁଦ୍ଧା ୨୯ ଲକ୍ଷ ୬୭ ହଜାର ୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ ହଜାର ୭୦୨ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଲକ୍ଷେ ମୃତ୍ୟୁ ସଂଖ୍ୟା ଆଡକୁ ମୁହାଁଉଛି ବ୍ରାଜିଲ। ସେହିପରି 30 ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା।

ବ୍ରାଜିଲରେ ଲକ୍ଷେ ଛୁଇଁବ କୋରୋନା ମୃତ୍ୟୁସଂଖ୍ୟା, 30 ଲକ୍ଷରେ ଆକ୍ରାନ୍ତ

ବ୍ରାଜିଲ୍: ମହାମାରୀ କାୟାରେ ସାରା ବିଶ୍ବ। ସମସ୍ତଙ୍କୁ ଅଣନିଶ୍ବାସୀ କରି ରଖିଦେଲାଣି ଏହି ଅଦୃଶ୍ୟ ଭାଇରସ। ଦୀର୍ଘ 6 ମାସରୁ ଉର୍ଦ୍ଧ୍ବ ସମୟ ଧରି ସମସ୍ତଙ୍କୁ ନାକେଦମ କରି ରଖିଛି। ଏହାସହ ଦିନକୁ ଦିନ ଆହୁରି ଭୟଙ୍କର ରୂପ ଧାରଣ କରି ତାଣ୍ଡବ ରଚିବାରେ ଲାଗିଛି।

ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରାଜିଲ ସର୍ବାଧିକ କ୍ଷତି ସହିଛି । ବ୍ରାଜିଲରେ ଶନିବାର ସୁଦ୍ଧା ୨୯ ଲକ୍ଷ ୬୭ ହଜାର ୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ ହଜାର ୭୦୨ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଲକ୍ଷେ ମୃତ୍ୟୁ ସଂଖ୍ୟା ଆଡକୁ ମୁହାଁଉଛି ବ୍ରାଜିଲ। ସେହିପରି 30 ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଦେଶରେ ୨୦ ଲକ୍ଷ ୬୮ ହଜାର ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୯୮ ହଜାର ୯୬୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏଥିରୁ ୮ ହଜାର ୩୧୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।

ବିଶ୍ୱରେ ୧ କୋଟି ୯୫ ଲକ୍ଷ ୨୪ ହଜାର ୫୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୭ ଲକ୍ଷ ୨୨ ହଜାର ୫୩୦ ଜଣଙ୍କର ମୃତ୍ୟୁ ହୋଇଛି । କୋରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୨୫ ଲକ୍ଷ ୩୩ ହଜାର ୭୮୩ ଜଣ ସୁସ୍ଥ ହୋଇଥିବା ବେଳେ ୬୨ ଲକ୍ଷ ୬୭ ହଜାର ୩୧୧ ଜଣ ଲୋକ ସକ୍ରିୟ ଅଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଏଠାରେ ୫୦ ଲକ୍ଷ ୯୫ ହଜାର ୫୧୧ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୬୪ ହଜାର ୯୪ ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.