ETV Bharat / international

ବ୍ରାଜିଲରେ ଲହଡି ଭାଙ୍ଗୁଛି ସଂକ୍ରମଣ, ଦିନକରେ 45 ହଜାର ନୂଆ ମାମଲା

author img

By

Published : Jul 8, 2020, 9:01 AM IST

Updated : Jul 8, 2020, 9:07 AM IST

24 ଘଣ୍ଟାରେ ବ୍ରାଜିଲରେ 45 ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଦେଶରେ କୋରୋନା ମାମଲା 1,668,589ରେ ପହଁଞ୍ଚିଛି ବୋଲି ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ବ୍ରାଜିଲରେ ଲହଢୀ ଭାଙ୍ଗୁଛି ସଂକ୍ରମଣ, ଦିନକରେ 45ହଜାର ନୂଆ ମାମଲା

ବ୍ରାଜଲି: ବିଶ୍ବରେ କୋରୋନାର ଆତଙ୍କ। ଭାଇରସ ଭୟରେ ସମସ୍ତେ ନାଚାର। ଆମେରିକା ଭଳି ଶକ୍ତିଶାଳୀ ଦେଶ ଏହି କୋଭିଡ୍ ଯୁଦ୍ଧରେ ଅତ୍ୟନ୍ତ ପ୍ରଭାବିତ ହୋଇଥିବା ବେଳେ ତାକୁ ଅନୁସରଣ କରୁଛି ବ୍ରାଜିଲ।

ଦେଶରେ ଏବେ ରେକର୍ଡ ଭାଙ୍ଗୁଛି ସଂକ୍ରମଣର ତାଲିକା। 24 ଘଣ୍ଟାରେ ଦେଶରେ 45 ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଦେଶରେ କୋରୋନା ମାମଲା 1,668,589ରେ ପହଁଞ୍ଚିଛି ବୋଲି ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଦେଶରେ ଦିନକରେ 1254 ମୃତ୍ୟୁ ସହ ସର୍ବମୋଟ ମାମଲା 66,741 ଛୁଇଁଛି।

ଭାରତ ଓ ଋଷରେ ଯଥାକ୍ରମେ 20 ଏବଂ 10 ହଜାର ମୃତ୍ୟୁ ସ୍ପଷ୍ଟ ହୋଇଛି । ତେବେ ଗୋଟିଏ ଦିନ ପରେ ପୁଣିଥରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି । ସୋମବାର 602 ଥିବାବେଳେ ମଙ୍ଗଳବାର 620ରେ ପହଞ୍ଚିଛି ଓ ବୁଧବାର ଏହା 1254 ସଂଖ୍ୟ ରେକର୍ଡ କରିଛି ।

ନିକଟରେ ରାଷ୍ଟ୍ରପତି ବୋଲସୋନାରୋ କୋଭିଡ 19 ଟେଷ୍ଟ ପାଇଁ ପଠାଇଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ରାଜିଲରେ ଏବେ ଯାଏଁ ମୋଟ୍ 9 ଲକ୍ଷ 76 ହଜାର 977 ଆକ୍ରାନ୍ତ କୋରୋନାରୁ ସୁସ୍ଥ ହୋଇସାରିଛନ୍ତି । ତେବେ ଦେଶରେ ସମସ୍ତ ସେକ୍ଟର ଖୋଲିଦେଇଛନ୍ତି ସରକାର ।

Last Updated : Jul 8, 2020, 9:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.