ETV Bharat / international

Kabul airport ବାହାରେ ସିରିଜ୍ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା 73କୁ ବୃଦ୍ଧି - Kabul airport

କାବୁଲ ବିମାନବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ 60 ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ 13 ଜଣ ଆମେରିକା ସୈନିକ ସହିଦ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ନିଜକୁ ଦାୟୀ କରିଛି ISIS । ଅଧିକ ପଢନ୍ତୁ...

Kabul airport ବାହାରେ ସିରିଜ୍ ବିସ୍ଫୋରଣ, 73 ମୃତ

author img

By

Published : Aug 26, 2021, 8:48 PM IST

Updated : Aug 27, 2021, 7:15 AM IST

କାବୁଲ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ । କାବୁଲ ବିମାନବନ୍ଦର ବାହାରେ ଗତକାଲି(ଗୁରୁବାର) 3ଟି ସିରିଜ ବିସ୍ଫୋରଣ ଘଟିଛି । ଏଥିରେ 60 ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ 13 ଜଣ ଆମେରିକା ସୈନିକଙ୍କ ପ୍ରାଣହାନୀ ଘଟିଛି । ବିସ୍ଫୋରଣରେ ନିଜକୁ ଦାୟୀ କରିଛି ISIS ଆତଙ୍କବାଦୀ ସଙ୍ଗଠନ ।

Kabul airport ବାହାରେ ସିରିଜ୍ ବିସ୍ଫୋରଣ, 18 ମୃତ

ଆଫଗାନିସ୍ତାନରେ ତାଲିବାନର ବର୍ବର କାଣ୍ଡ ପରେ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଦୃଶ୍ୟ । ତାଲିବାନର ଡରରେ ଦେଶରୁ ବାହାରକୁ ଆସିବା ପାଇଁ ବିମାନବନ୍ଦରରେ ଲୋକଙ୍କ ପ୍ରବଳ ଭିଡ ସମୟରେ କୁତ୍ସିତ ମାନସିକତାର ଆଉ ଏକ ପରିଚୟ ISIS ଆତଙ୍କବାଦୀ ସଙ୍ଗଠନ । ବିମାନବନ୍ଦରରେ ବାରମ୍ବାର 3ଟି ବିସ୍ଫୋରଣ କରିଛି ଏହି ଆତଙ୍କୀ ସଙ୍ଗଠନ । ଏଥିରେ 73 ଜଣଙ୍କ ପ୍ରାଣହାନୀ ଘଟି ଥିବାବେଳେ ଶତାଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି ।

  • We can confirm that the explosion at the Abbey Gate was the result of a complex attack that resulted in a number of US & civilian casualties. We can also confirm at least one other explosion at or near the Baron Hotel, a short distance from Abbey Gate. We will continue to update.

    — John Kirby (@PentagonPresSec) August 26, 2021 " class="align-text-top noRightClick twitterSection" data=" ">

ବିସ୍ଫୋରଣରେ 60 ଆଫଗାନ ନାଗରିକଙ୍କ ମୃତ୍ୟୁ ହେବା ସହ 13 ଜଣ ଆମେରିକୀୟ ସୈନିକଙ୍କ ପ୍ରାଣହାନୀ ଘଟିଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତେବେ କାବୁଲ ବିମାନବନ୍ଦରରେ 3ଟି ବିସ୍ଫୋରଣ ଘଟିଛି । ପ୍ରଥମ ବିସ୍ଫୋରଣ ନେଇ ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଦେଇଥିବାବେଳେ ପରବର୍ତ୍ତୀ ବିସ୍ଫୋରଣ ଖବରକୁ ସ୍ପଷ୍ଟ କରିଛି ଫ୍ରାନ୍ସ । ଆଫଗାନିସ୍ତାନର କାବୁଲ ବିମାନବନ୍ଦରର ଫାଟକରେ ଏହି ବିସ୍ଫୋରଣ ଘଟିଛି ।

ବିସ୍ଫୋରଣ ସମୟରେ ବିମାନବନ୍ଦରରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହି ବିସ୍ଫୋରଣରେ ନିଜକୁ ଦାୟୀ କରିଛି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISIS । ପୂର୍ବରୁ ଆଇଏସଆଇଏସ ପକ୍ଷରୁ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଇନପୁଟ ଜରିଆରେ ଆଲର୍ଟ କରାଯାଇଥିଲା । ଅନ୍ୟପଟେ ଏହାକୁ ନେଇ ଆଜି(ଶୁକ୍ରବାର) ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀ ବୈଠକ ଡାକିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2021, 7:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.