ଢାକା: ପୂର୍ବ ବାଂଲାଦେଶର 2 ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା । ଏହି ରେଳ ଦୁର୍ଘଟଣାରେ ପାଖାପାଖି 16ଜଣ ଆହତ ଥିବାବେଳେ 58ଜଣ ଆହତ ଥିବା ଜଣାପଡିଛି ।
ସୂଚନାମୁତାବକ, ବାଂଲାଦେଶର ବ୍ରାହ୍ମଣବରିୟା ଜିଲ୍ଲାରେ ସୋମବାର ଦିନ ରାତ୍ରୀରେ 2 ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଉଦୟନ ଏକ୍ସପ୍ରେସ ପ୍ଲାଟଫର୍ମ ଆଡକୁ ଯାଉଥିବା ସମୟରେ ଆଉ ଏକ ଟ୍ରେନ ଧକ୍କା ଦେଇଥିଲା । ଫଳରେ 2କୋଚ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ତେବେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତକ ଓ ଆହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।