ETV Bharat / international

ରେମଡେସିଭିର ପ୍ରଥମ ଜେନେରିକ ସଂସ୍କରଣ ପ୍ରସ୍ତୁତ କଲା ବାଂଲାଦେଶ

ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରର ପ୍ରଥମ ଜେନେରିକ ସଂସ୍କରଣ ପ୍ରସ୍ତୁତ କରିବାରେ ରେକର୍ଡ ସୃଷ୍ଟି କରିଛି ବାଂଲାଦେଶ । ଦେଶରେ ଥିବା ବେକ୍ସିମକୋ ଫାର୍ମାସ୍ୟୁଟିକାଲ ବିଶ୍ବର ପ୍ରଥମ କମ୍ପାନୀ ଭାବେ ଏହି ରେକର୍ଡ ହାସଲ କରିଛି । ଅଧିକ ପଢ଼ନ୍ତୁ...

remdesivir, bangladesh introduces 1st generic version of remdesivir, corona in bangladesh, world's first generic version of remdesivir, ରେମଡେସିଭିର, ବାଂଲାଦେଶ ପ୍ରସ୍ତୁତ କଲା ରେମଡେସିଭିରର ପ୍ରଥମ ଜେନେରିକ ସଂସ୍କରଣ, ବାଂଲାଦେଶରେ କୋରୋନା, ରେମଡେସିଭିରର ବିଶ୍ବରେ ପ୍ରଥମ ଜେନେରିକ ସଂସ୍କରଣ
ରେମଡେସିଭିର ପ୍ରଥମ ଜେନେରିକ ସଂସ୍କରଣ ପ୍ରସ୍ତୁତ କଲା ବାଂଲାଦେଶ
author img

By

Published : May 22, 2020, 11:06 PM IST

ଢାକା: ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରର ପ୍ରଥମ ଜେନେରିକ ସଂସ୍କରଣ ପ୍ରସ୍ତୁତ କରିବାରେ ରେକର୍ଡ ସୃଷ୍ଟି କରିଛି ବାଂଲାଦେଶ । ଦେଶରେ ଥିବା ବେକ୍ସିମକୋ ଫାର୍ମାସ୍ୟୁଟିକାଲ ବିଶ୍ବର ପ୍ରଥମ କମ୍ପାନୀ ଭାବେ ଏହି ରେକର୍ଡ ହାସଲ କରିଛି । ଆମେରିକୀୟ ଗିଲିୟଡ ସାଇନ୍ସେସ ଦ୍ବାରା ମୂଳତଃ ପ୍ରସ୍ତୁତ ହୋଇଥିବା ଏହି ଆଣ୍ଟିଭାଇରାଲ ଡ୍ରଗର ପ୍ରଥମ ଜେନେରିକ ସଂସ୍କରଣ ପ୍ରସ୍ତୁତି ନେଇ ଶୁକ୍ରବାର ଜଣା ପଡିଛି ।

ପୂର୍ବରୁ ଦେଖାଦେଇଥିବା ଇବୋଲାର ନିରାକରଣ ପାଇଁ ଏହି ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରକୁ ପ୍ରସ୍ତୁତ କରାଯାଇଥିଲା । ଇବୋଲା ଭୂତାଣୁ ଏନଜାଇମ ଦ୍ବାରା ଶରୀରର କୋଷରେ ପ୍ରବେଶ କରୁଥିବା ବେଳେ ଏହି ଏନଜାଇମକୁ ଆକ୍ରମଣ କରେ ରେମଡେସିଭିର । ତେବେ ବାଂଲାଦେଶର ବେକ୍ସିମକୋ ଦ୍ବାରା ପ୍ରସ୍ତୁତ ଏହି ଡ୍ରଗର ଜେନେରିକ ସଂସ୍କରଣ ଖୁବଶୀଘ୍ର ଦକ୍ଷିଣ ଏସିଆରେ ଅନ୍ୟ ରାଷ୍ଟ୍ରମାନଙ୍କୁ ପଠାଇବାର ଯୋଜନା ରହିଛି ।

ନିକଟରେ ଆମେରିକା ପ୍ରକାଶ କରିଛି କି ଏହି ଆଣ୍ଟିଭାଇରାଲର ବ୍ୟବହାରରେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥତା ସମୟ ହ୍ରାସ ପାଉଥିବା ବେଳେ ଏହା ମୃତ୍ୟୁ ହାର ରୋକିବାରେ ସେତେ ପ୍ରଭାବଶାଳୀ ନୁହେଁ । ତେଣୁ ଏହାକୁ କୋରୋନା ସଂକ୍ରମଣ ପାଇଁ ‘ମ୍ୟାଜିକ ବୁଲେଟ’ ବୋଲି ନଭାବିବା ଭଲ ବୋଲି ଆମେରିକା ଚେତାବନୀ ଦେଇଛି । ହେଲେ ଅନେକ ରାଷ୍ଟ୍ରରେ କୋରୋନା ନିରାକରଣ ପାଇଁ କୌଣସି ସ୍ପଷ୍ଟ ଚିକିତ୍ସା ମିଳିନଥିବାରୁ ଏହି ଦେଶମାନେ ରେମଡେସିଭିରର ପ୍ରୟୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.