ETV Bharat / international

କାବୁଲ ବିମାନବନ୍ଦରରୁ ସ୍ଥାନାନ୍ତର ସମୟରେ ହଜି ଯାଇଥିଲା ପୁଅ, 6 ମାସ ପରେ ମିଳିଲା

author img

By

Published : Jan 9, 2022, 10:53 PM IST

ଆଫଗାନିସ୍ତାନରେ ତାଲିବାନର ଶାସନ ସମୟରେ ଆମେରିକା ସୈନିକ ଏକ କୁନିଛୁଆକୁ ନେଇଯିବା ପରର ଦୃଶ୍ୟ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦୀର୍ଘ 6 ମାସ ପରେ ଏହି କୁନିଛୁଆ ମାଆ କୋଳକୁ ଫେରିଛି । ଅଧିକ ପଢନ୍ତୁ

କାବୁଲ ବିମାନବନ୍ଦରରୁ ସ୍ଥାନାନ୍ତରର ସମୟରେ ହଜି ଯାଇଥିଲା ପୁଅ, 6 ମାସ ପରେ ମିଳିଲା

କାବୁଲ: ଆଫଗାନିସ୍ତାନରେ ତାଲିବାନର ଶାସନ ସମୟରେ ଆମେରିକା ସୈନିକଙ୍କୁ ହସ୍ତାନ୍ତର ହୋଇଥିବା କୁନିପୁଅ ମାଆ କୋଳକୁ ଫେରିଛି । କାବୁଲ ବିମାନ ବନ୍ଦରରୁ ଆମେରିକୀୟମାନଙ୍କୁ ସ୍ଥାନାନ୍ତର ସମୟରେ ହଜି ଯାଇଥିଲା ଏହି କୁନି ପୁଅ ସୋହେଲ ଅହମଦି ।

6 ମାସ ପରେ ସୋହେଲକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ହଜାର ହଜାର ଲୋକେ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରୁଥିଲେ । ଏହି ସମୟରେ ଆଫଗାନିସ୍ତାନ ବିମାନ ବନ୍ଦର କାବୁଲରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଅନ୍ୟପଟେ ତାଲିବାନମାନେ ମଧ୍ୟ ଆଫଗାନିସ୍ତାନ ଜନସାଧାରଣଙ୍କୁ ଅକଥନୀୟ ଯନ୍ତ୍ରଣା ଦେଉଥିଲେ ।

ଖାଇବା-ପିଇବା ତ ଦୂରର କଥା ଲୋକଙ୍କ ବଞ୍ଚିବା ମଧ୍ୟ ଏକ ପ୍ରକାର ଅନିଶ୍ଚିତତା ଘେରକୁ ଚାଲି ଯାଇଥିଲା । ଆମେରିକା ନିଜର ବାସିନ୍ଦାଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲା । ଏହି ସମୟରେ ଦୁଇ ମାସର ପୁଅ ସୋହେଲ୍‌ ଅହମଦିକୁ ଆମେରିକା ସୈନ୍ୟଙ୍କ ହାତକୁ ଟେକି ଦେଇଥିଲେ ପରିବାର ।

ଏନେଇ ନଭେମ୍ବର ମାସରେ ରଏଟର୍ସରେ ସୋହଲ୍‌ ନିଖୋଜ ହୋଇଯାଇଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା । କିଛି ଦିନ ପରେ ସୋହେଲ କାବୁଲ୍‌ରେ ଥିବା ନେଇ ଜଣାପଡିଥିଲା । ୨୯ ବର୍ଷୀୟ ହମିଦ୍‌ ସାଫି ନାମକ ଜଣେ ଟ୍ୟାକ୍ସି ଚାଳକ ତାକୁ ବିମାନ ବନ୍ଦରରୁ ପାଇ ଘରକୁ ନେଇ ଯାଇଥିଲେ । ଏହା ଜଣାପଡିବା ପରେ ସୋହେଲଙ୍କ ପରିବାର ତାଙ୍କୁ ଉଦ୍ଧାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.