ୱାସିଂଟନ୍: ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ସଙ୍ଘର୍ଷରେ ମୃତ୍ୟୁ ସଂଖ୍ୟା 67କୁ ବୃଦ୍ଧି। ଏଥିରେ 27 ଜଣ ଆଜେରବାଇଜାନ ସେନା ନିହତ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ସାମରିକ କ୍ଷତି 58କୁ ପହଁଞ୍ଚିଛି।
ମିଳିଥିବା ରିପୋର୍ଟ ଅନୁସାରେ, ମୋଟ ମୃତ୍ୟୁ ସଂଖ୍ୟା 67 କୁ ବୃଦ୍ଧି ପାଇଛି। ଏଥିରେ ନଅ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆଜେରବାଇଜାନର 7 ଜଣ ଏବଂ ଆର୍ମେନିଆରେ 2 ଜଣଙ୍କ ପ୍ରାଣହାନୀ ଘଟିଛି। ହେଲେ ଆଜେରବାଇଜାନ କୌଣସି ସାମରିକ କ୍ଷୟକ୍ଷତି ହୋଇ ନାହିଁ।
ଗତକାଲି ଠାରୁ ଦୁଇ ପୂର୍ବତନ ସୋଭିଏତ୍ ଗଣତନ୍ତ୍ର ନାଗର୍ଣ୍ଣୋ-କରାବାକ୍ ଅଞ୍ଚଳ ପାଇଁ ଲଢେଇ ଜାରି ରଖିଛନ୍ତି। ତେବେ ଏହି ଅଞ୍ଚଳ ଆନ୍ତର୍ଜାତୀୟ ସ୍ତରରେ ଆଜେରବାଇଜାନର ଏକ ଅଂଶ ଭାବରେ ସ୍ୱୀକୃତିପ୍ରାପ୍ତ କିନ୍ତୁ ଜାତିଗତ ଆର୍ମେନୀୟମାନଙ୍କ ଦ୍ୱାରା ନିୟନ୍ତ୍ରିତ। 1990 ଦଶକର ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେ।
ଆମେରିକା, ଋଷ, ଇରାନ ଏବଂ ୟୁରୋପୀୟ ଶକ୍ତି ସମେତ ଅଧିକାଂଶ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଶତ୍ରୁତାକୁ ବନ୍ଦ କରିବାକୁ ଏବଂ ଆଲୋଚନା ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି। ସୋମବାର ପର୍ଯ୍ୟନ୍ତ ଏହି ସଂଘର୍ଷ ଜାରି ରହିଥିବା ବେଳେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ଆଜେରବାଇଜାନ ଏବଂ ଆର୍ମେନିଆର ନେତାଙ୍କ ସହ କଥା ହୋଇଥିଲେ।
ବିବାଦ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସମାଧାନ ହୋଇନଥିଲା, ପର୍ଯ୍ୟାୟକ୍ରମେ ଯୁଦ୍ଧ ଚାଲିଥିଲା । ଜୁଲାଇରେ ସୀମା ସଂଘର୍ଷରେ ଅତି କମରେ 16 ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ଆଜେରବାଇଜାନର ରାଜଧାନୀ ବାକୁରେ ବର୍ଷକ ମଧ୍ୟରେ ସର୍ବ ବୃହତ ପ୍ରଦର୍ଶନ କରିଥିଲା। ଏହି ଅଞ୍ଚଳର ପୁନଃ ଉଦ୍ଧାର ପାଇଁ ଆହ୍ବାନ ଦିଆଯାଇଥିଲା।