ETV Bharat / international

ଋଷକୁ ବକ୍ସାଇଟ୍‌ ଓ ଆଲୁମିନିୟମ ରପ୍ତାନୀ କରିବନି ଅଷ୍ଟ୍ରେଲିଆ - ଋଷ ଉପରେ ଅଷ୍ଟ୍ରେଲିଆର କଟକଣା

ଯୁଦ୍ଧଖୋର୍ ଋଷ ଉପରେ ଅଷ୍ଟ୍ରେଲିଆର ନୂଆ କଟକଣା । ଋଷକୁ ବକ୍ସାଇଟ୍‌ ଓ ଆଲୁମିନିୟମ ରପ୍ତାନୀ କରିବ ନାହିଁ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ଋଷକୁ ବକ୍ସାଇଟ୍‌ ଓ ଅଲୁମିନିୟମ ରପ୍ତାନୀ କରିବନି ଅଷ୍ଟ୍ରେଲିଆ

author img

By

Published : Mar 20, 2022, 1:42 PM IST

କିଭ: ଆଜିକୁ ୨୫ ଦିନରେ ପହଞ୍ଚିଲାଣି ୟୁକ୍ରେନ-ଋଷ ଯୁଦ୍ଧ । ତର୍କ ବିତର୍କ ପରେ ମଧ୍ୟ ବାହାରି ପାରୁନି ସମାଧାନର ବାଟ । ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଅଷ୍ଟ୍ରେଲିଆ ଆଉ କିଛି ନୂଆ ପ୍ରତିବନ୍ଧକ ଲଗାଇଛି । ଋଷକୁ ଆଲୁମିନିୟମ ଓ ବକ୍ସାଇଟ୍ ରପ୍ତାନୀ କରୁଥିବା ଅଷ୍ଟ୍ରେଲିଆ ଏବେ ପ୍ରତିବନ୍ଧକ ଲଗାଇଛି । ଏନେଇ ଆଜି (ରବିବାର) ଅଷ୍ଟ୍ରେଲିଆ ସରକାର ପକ୍ଷରୁ ଘୋଷଣା କରାଯାଇଛି ।

ତୁରନ୍ତ ଏହି ପ୍ରତିବନ୍ଧକ ନିର୍ଦ୍ଦେଶ ଲାଗୁ କରିବା ସହିତ ମାନବିକତା ଦୃଷ୍ଟିରୁ ୟୁକ୍ରେନ୍ ଅଧିକ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ ବୋଲି ରବିବାର ଅଷ୍ଟ୍ରେଲିଆ ସରକାର ସୂଚନା ଦେଇଛନ୍ତି। ଋଷ ମାତ୍ର ୨୦ ପ୍ରତିଶତ ଆଲୁମିନିୟମ ପାଇଁ ଅଷ୍ଟ୍ରେଲିଆ ଉପରେ ନିର୍ଭର କରେ। ଅଷ୍ଟ୍ରେଲିଆରୁ ଏସବୁ କଞ୍ଚା ମାଲ ନେଇ ଋଷ ଆଲୁମିନିୟମ ଉତ୍ପାଦନ କରୁଥିଲା । ଏବେ ଆଲୁମିନିୟର ଉତ୍ପାଦନ କମାଇବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଅଲୁମିନା ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି ।

ରିଓ ଟିଣ୍ଟୋ ମୁଖପାତ୍ର କହିଛନ୍ତି ଯେ, ଋଷକୁ ବକ୍ସାଇଟ୍‌ ଓ ଅଲୁମିନିୟମ ରପ୍ତାନୀ ଉପରେ ଆଜି ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ । ଏହା ସହ ଋଷ ଓ ଅଷ୍ଟ୍ରେଲିଆ ମଧ୍ୟରେ ରହିଥିହା ସମସ୍ତ ପ୍ରକାର ବ୍ୟବସାୟ ଉପରେ ରୋକ ଲଗାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଋଷ-ବେଲାରୁଷକୁ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀ କରିବନି ଆମେରିକା

କହିରଖୁଛୁ କି, ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ପରଠୁ ଯୁଦ୍ଧ ବନ୍ଦ କରିବାକୁ ଋଷ ଉପରେ ପାଶ୍ଚତ୍ୟ ରାଷ୍ଟ୍ରଗୁଡିକ ଆର୍ଥିକ ଚାପ ପକାଉଛନ୍ତି । ଋଷିଆରୁ ବିଭିନ୍ନ ସାମଗ୍ରୀ ଆମଦାନୀ ଓ ରପ୍ତାନୀ ବ୍ୟାନ କରୁଛନ୍ତି । ମାତ୍ର ମାଳମାଳ ଆର୍ଥିକ କଟକଣା ସତ୍ତ୍ବେ ମଧ୍ୟ ଯୁଦ୍ଧରୁ ବିରତ ହେଉନାହାନ୍ତି ପୁଟିନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.