ETV Bharat / international

ରାଷ୍ଟ୍ରପତି ଘାନୀଙ୍କ ନିର୍ବାଚନୀ ସଭାରେ ବିସ୍ଫୋରଣ, 24 ମୃତ

author img

By

Published : Sep 17, 2019, 4:38 PM IST

ରାଜଧାନୀ କାବୁଲସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ ଘଟିଥିବା ବେଳେ ଉତ୍ତର ଭାଗରେ ଅବସ୍ଥିତ ରାଜ୍ୟ ପରୱାନରେ ରାଷ୍ଟ୍ରପତି ଅଶରଫ ଘାନୀଙ୍କ ନିର୍ବାଚନୀ ସଭାରେ ମଧ୍ୟ ବିସ୍ଫୋରଣ ଘଟିଛି । ଏହି ବୋମା ବିସ୍ଫୋରଣରେ 24 ଜଣଙ୍କ ମୃତ୍ୟୁ ହୋଇଥିବା ବେଳ 30ରୁ ଆହତ ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ

କାବୁଲ୍‌: ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ । ସାଧାରଣ ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦେଶର ପୃଥକ ପୃଥକ ଦୁଇଟି ସ୍ଥାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ବୋମା ବିସ୍ଫୋରଣରେ 24 ଜଣଙ୍କ ମୃତ୍ୟୁ ହୋଇଥିବା ବେଳ 30ରୁ ଆହତ ହୋଇଛନ୍ତି । ରାଜଧାନୀ କାବୁଲସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ ଘଟିଥିବା ବେଳେ ଉତ୍ତର ଭାଗରେ ଅବସ୍ଥିତ ରାଜ୍ୟ ପରୱାନରେ ରାଷ୍ଟ୍ରପତି ଅଶରଫ ଘାନୀଙ୍କ ନିର୍ବାଚନୀ ସଭାରେ ମଧ୍ୟ ବିସ୍ଫୋରଣ ଘଟିଛି ।

ରାଷ୍ଟ୍ରପତି ଘାନୀଙ୍କ ନିର୍ବାଚନୀ ସଭାରେ ବିସ୍ଫୋରଣ

ପରଓ୍ବାନ ପ୍ରଦେଶରେ ଘାନିଙ୍କ ନିର୍ବାଚନୀ ସଭାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଖପାଖରେ ଥିବା ଯାନବାହାନକୁ ଲକ୍ଷ୍ୟ କରି କାରରେ ବୋମା ବିସ୍ଫୋରଣ କରାଯାଇଥିବା ପୋଲିସ କହିଛି । ଏହି ସମସ୍ତ ଗାଡି ପାଖରେ ଲୋକମାନେ ରାଲିରେ ଭାଗ ନେବା ପାଇଁ ଏକତ୍ରିତ ହୋଇଥିଲେ । ରାଷ୍ଟ୍ରପତିଙ୍କ ପ୍ରଚାର ଅଭିଯାନର ମୁଖପାତ୍ର ଅଜିଜ୍‌ କହିଛନ୍ତି ଯେ ବିସ୍ଫୋରଣ ସମୟରେ ରାଷ୍ଟ୍ରପତି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଥିବା ସେ କହିଛନ୍ତି ।

ପରୱାନ ରାଜ୍ୟ ମୁଖପାତ୍ର ଓ୍ବାହିଦା ଶାହକାରଙ୍କ କହିବା ମୁତାବାକ ବିସ୍ଫୋରଣ ଠିକ୍‌ ସେହି ସ୍ଥାନରେ ହୋଇଥିଲା ଯେଉଁଠି ରାଲି କରାଯାଉଥିଲା । ରାଲି ସ୍ଥଳରେ ପ୍ରବେଶ ଦ୍ବାରରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିବା ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାଁନ୍ତି ।

ଏଠାରେ ସୂଚନାଯୋଗ୍ୟ ସେପ୍ଟେମ୍ବର ୨୮ ରେ ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.