ETV Bharat / international

ତାଲିବାନ କବଜାରେ ପଞ୍ଜଶୀର ! NRF କହିଲା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ

author img

By

Published : Sep 6, 2021, 12:27 PM IST

Updated : Sep 6, 2021, 2:49 PM IST

ତାଲିବାନ ଓ ପଞ୍ଜଶୀର ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଆଜି (ସୋମବାର) ଆଫଗାନିସ୍ତାନର ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶକୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରିଥିବା ଘୋଷଣା କରିଛି ତାଲିବାନ । ଅଧିକ ପଢନ୍ତୁ...

ପଞ୍ଜଶୀରରେ ତାଲିବାନର ବିଜୟ ଘୋଷଣା
ପଞ୍ଜଶୀରରେ ତାଲିବାନର ବିଜୟ ଘୋଷଣା

ନୂଆଦିଲ୍ଲୀ: ସମଗ୍ର ଆଫଗାନିସ୍ତାନକୁ ତାଲିବାନ କବଜା କରି ସାରିଥିବାବେଳେ ଏକମାତ୍ର ପ୍ରଦେଶ ଭାବେ ପଞ୍ଜଶୀରକୁ ନିଜ ଅକ୍ତିଆରକୁ ନେଇ ପାରିନାହିଁ ତାଲିବାନ । ତେବେ ଆଜି (ସୋମବାର) ଆଫଗାନିସ୍ତାନର ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶକୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରିଥିବା ଘୋଷଣା କରିଛି ତାଲିବାନ । ଏ ସଂକ୍ରାନ୍ତରେ ବିବୃତି ଦେଇ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଅର୍ଥଲୋଭୀ ଶତ୍ରୁମାନଙ୍କ ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶ ଉପରେ ପୂର୍ଣ୍ଣ ବିଜୟ ହାସଲ ହୋଇଛି। ଈଶ୍ବରଙ୍କ ସାହାଯ୍ୟ ଏବଂ ଆମ ଦେଶବାସୀଙ୍କ ବ୍ୟାପକ ସମର୍ଥନ ଦ୍ବାରା ଆମ ଦେଶ ଓ ପ୍ରଦେଶର ସମ୍ପୂର୍ଣ୍ଣ ନିରାପତ୍ତା ଲାଗି ଆମର ସଦ୍ୟତମ ଉଦ୍ୟମ ସଫଳ ହୋଇଛି।

କିନ୍ତୁ ବିଦ୍ରୋହୀ ସଂଗଠନ ନ୍ୟାସନାଲ ରେଜିଷ୍ଟ୍ରାନ୍ସ ଫ୍ରଣ୍ଟ (NRF) ତାଲିବାନର ଦାବିକୁ ଖଣ୍ଡନ କରିଛି । ତାଲିବାନ ଅକ୍ତିଆର କରିଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ବରଂ ଆମର ଲଢୁଆ ବୀର ପଞ୍ଜଶୀରର ପ୍ରତି ପ୍ରାନ୍ତକୁ ସୁରକ୍ଷା ଦେଉଛନ୍ତି । ଦିନକ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି NRF ନେତା ଅହମ୍ମଦ ମାସୁଦ କହିଥିଲେ ଯେ, ‘ତାଲିବାନ ଏହି ପ୍ରଦେଶ ଛାଡିଲେ ଆମେ ଯୁଦ୍ଧ ବନ୍ଦ କରି ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ। ମାସୁଦ ଏହା ମଧ୍ୟ କହିଛନ୍ତି ଯେ, ଧର୍ମ ଏବଂ ନୈତିକତାର ନୀତି ଅନୁଯାୟୀ ତାଲିବାନ ସହ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ପ୍ରତିବଦ୍ଧ ଏବଂ ଆଶା କରୁଛି ଯେ ତାଲିବାନ ଏହାକୁ ଗମ୍ଭୀରତାର ସହ ନେବ। "ଆମେ ପରାମର୍ଶ ଦେଉଛୁ ଯେ ତାଲିବାନ ପଞ୍ଜଶୀର, ଆଣ୍ଡାରବ, ପାରୱାନ୍ ଏବଂ କପିସାରେ ଆକ୍ରମଣ ବନ୍ଦ କରି ସୈନ୍ୟ ପ୍ରତ୍ୟାହାର କରନ୍ତୁ ।

ଅନ୍ୟପଟେ ଜବିହୁଲ୍ଲା କହିଛନ୍ତି ଯେ, ଏହି ଆକ୍ରମଣରେ ପଞ୍ଜଶୀରରେ ବହୁସଂଖ୍ୟକ ପ୍ରତିରୋଧକାରୀ ସଦସ୍ୟ ନିହତ ହେବା ସହ ଅନ୍ୟମାନେ ପଳାୟନ କରିଛନ୍ତି । ତେବେ ପଞ୍ଜଶୀରର ବିଦ୍ରୋହୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛୁ ଯେ, ସେମାନେ ବିଦ୍ବେଷର ଶିକାର ହେବେ ନାହିଁ । ବରଂ ଗୋଟିଏ ରାଷ୍ଟ୍ରରେ ଭାଇଭାଇ ଭଳି ଲକ୍ଷ୍ୟ ସାଧନ ପାଇଁ କାମ କରିବୁ। ଏହି ବିଜୟ ଓ ପ୍ରଚେଷ୍ଟା ପରେ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ରୂପେ ଯୁଦ୍ଧମୁକ୍ତ ହୋଇଛି। କିନ୍ତୁ ଏ ସଂକ୍ରାନ୍ତରେ ରେଜିଷ୍ଟାନ୍ସ ଫ୍ରଣ୍ଟ ନେତା ଅହମଦ ମାସୌଦଙ୍କ ଠାରୁ କୌଣସି ବିବୃତି ମିଳିପାରି ନହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 6, 2021, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.