ୟେରେଭାନ: ପୁଣି ଜଣେ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମିତ । କୋରୋନା ସହ ମୁକାବିଲା କରୁଥିବା ଆର୍ମେନିଆରର ପ୍ରଧାନମନ୍ତ୍ରୀ କୋରୋନା ଆକ୍ରାନ୍ତ। ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାଶିନଆନ ଏହି ସଂକ୍ରମଣ ଶିକାର ହୋଇଛନ୍ତି । ତାଙ୍କ ସହ ତାଙ୍କ ପୁରା ପରିବାର ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି ।
ଏହି ଘଟଣା ଜଣାପଡିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଆର୍ମେନିଆ ପ୍ରଧାନମନ୍ତ୍ରୀ ଓ ତାଙ୍କ ପୁରା ପରିବାର ସଦସ୍ୟ ସୁସ୍ଥ କାମନା କରିଛନ୍ତି । କୋଭିଡ ମୁକାବିଲାରେ ଆର୍ମେନିଆ ସହ ଭାରତ ରହିଛି ବୋଲି ପିଏମ ମୋଦି କହିଛନ୍ତି ।
ଏନେଇ ଖୋଦ ପ୍ରଧାନମନ୍ତ୍ରୀ ପାଶିନଆନ ନିଜ ଫେସବୁକରେ କୋରେନା ସଂକ୍ରମିତ ହୋଇଥିବା ନେଇ ଫେସବୁକରେ ପୋଷ୍ଟ କରିଥିଲେ । ସେ ଲେଖିଥିଲେ,ତାଙ୍କ ଠାରେ କୌଣସି କୋରୋନାର ଲକ୍ଷଣ ନଥିଲା । କିନ୍ତୁ ସାମରିକ ୟୁନିଟ ପରିଦର୍ଶନ କରିବା ପୂର୍ବରୁ କୋରୋନା ଟେଷ୍ଟ କରାଯାଇଥିଲା । ଏହି ସମୟରେ ରିପୋର୍ଟ ପଜିଟିଭ ଆସିଛି । କୋରୋନା ପଜଟିଭି ମିଳିବା ପାଶିନଆନ ଘରେ ରହି କାମ କରୁଛନ୍ତି ।
ସୂଚନାଯୋଗ୍ୟ, ସାରା ବିଶ୍ବରେ 62 ଲକ୍ଷ 26 ହଜାର 409 ଜଣ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି ।3 ଲକ୍ଷ 73 ହଜାର 883 ଜଣଙ୍କ ମୃତ୍ୟୁ ହୋଇଛି ।