ETV Bharat / international

କୋରୋନା ମହାମାରୀରେ ଲୁଚିଛପି ମିସାଇଲ ପରୀକ୍ଷା କରୁଛି ଚୀନ୍‌

ସାରା ବିଶ୍ବ କୋରୋନା ମହାମାରୀରେ ଜର୍ଜରିତ ଥିବା ବେଳେ ଅନ୍ୟପଟେ ଚୀନ ଚଳାଇଛି ଲୁଚିଛପି ମିସାଇଲ ପରୀକ୍ଷଣ । ନିକଟରେ ଚୀନ ଗୁପ୍ତ ଭାବେ ଭୂତଳ ମିସାଇଲ ପରୀକ୍ଷଣ କରିଥିବା ନେଇ ଆମେରିକୀୟ ସୂତ୍ରର ଜଣାପଡିଛି ।

corona pandemic, china's nuclear test, america-china relation, china's power test, କୋରୋନା ମହାମାରୀ, ଚୀନର ମିସାଇଲ ପରୀକ୍ଷଣ, ଆମେରିକା-ଚୀନ ସମ୍ପର୍କ, ଚୀନର ଶକ୍ତି ପରୀକ୍ଷା
କୋରୋନା ମହାମାରୀରେ ଲୁଚିଛପି ଚୀନର ମିସାଇଲ ପରୀକ୍ଷା
author img

By

Published : Apr 17, 2020, 12:53 AM IST

ୱାଶିଂଟନ: ସାରା ବିଶ୍ବ କୋରୋନା ମହାମାରୀରେ ଜର୍ଜରିତ ଥିବା ବେଳେ ଅନ୍ୟପଟେ ଚୀନ ଚଳାଇଛି ଲୁଚିଛପି ମିସାଇଲ ପରୀକ୍ଷଣ । ନିକଟରେ ଚୀନ ଗୁପ୍ତ ଭାବେ ଭୂତଳ ମିସାଇଲ ପରୀକ୍ଷଣ କରିଥିବା ନେଇ ଆମେରିକୀୟ ସୂତ୍ରର ଜଣାପଡିଛି । ଯେଉଁଥିରେ ଏହି ପରୀକ୍ଷଣ ଆଗକୁ ଯାଇ ଭୟଙ୍କର ରୂପ ନେଇପାରେ ବୋଲି ଆକଳନ କରାଯାଇଛି ।

ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ବେଳେ ଏହି ମିସାଇଲ ପରୀକ୍ଷଣ ସମ୍ପର୍କକୁ ଅଧିକ ତିକ୍ତ କରାଇବ ବୋଲି ଆମେରିକା ଚେତାବନୀ ଦେଇଛି । 2019 ମସିହାରେ ଚୀନରେ ଆରମ୍ଭ ହୋଇଥିବା କୋରୋନା ମହାମାରୀକୁ ସଠିକ ଭାବେ ପରିଚାଳନା କରିନପାରିବାରୁ ଏହା ସାରା ବିଶ୍ବକୁ କବଳିତ କରିଛି ଏଥିରେ ସନ୍ଦେହ ନାହିଁ । ଏମିତିରେ ଏହି ମିସାଇଲ ପରୀକ୍ଷଣ ଚୀନ ବିରୁଦ୍ଧରେ ଘୃଣା ଭାବକୁ ଅଧିକ ଉତ୍ତେଜିତ କରିଛି ।

ସେପଟେ ଆମେରିକାର ଏହି ବୟାନକୁ ତୀବ୍ର ନିନ୍ଦା କରି କଡା ଜବାବ ଦେଇଛନ୍ତି ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜାଓ ଲିଜିଆନ । ସେ କହିଛନ୍ତି କି ଅନ୍ତର୍ଜାତୀୟ ମଞ୍ଚର ପ୍ରତିଟି ନିୟମ ପାଳନ ସହ ନିଷ୍ଠା ଓ ଦାୟିତ୍ବବୋଧର ଉଦାହରଣ ଦେଇଛି ଚୀନ । ହେଲେ ପ୍ରତି କଥାରେ ବିନା ପ୍ରମାଣରେ ଚୀନକୁ ଦୋଷାରୋପ କରିବା ଆମେରିକାର ଅଭ୍ୟାସରେ ପରିଣତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.