ETV Bharat / international

ଆମେରିକା ଯବାନଙ୍କୁ 16 ବର୍ଷ ଜେଲଦଣ୍ଡ ଦେଲା ଋଷ

author img

By

Published : Jun 15, 2020, 4:49 PM IST

ଗୁପ୍ତଚର ସନ୍ଦେହରେ ଋଷରେ ଅଟକ ଥିବା ଆମେରିକାର ପୂର୍ବତନ ନୌସେନା ଯବାନଙ୍କୁ ସୋମବାର 16 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏନେଇ ଏକ ରିପୋର୍ଟ ଗଣମାଧ୍ୟମ ପ୍ରକାଶିତ ହୋଇଛି ।

american accused of spying
american accused of spying

ମସ୍କୋ: ଋଷ କୋର୍ଟରେ ଆମେରିକାର ପୂର୍ବତନ ନୌସେନା ଯବାନଙ୍କୁ ଜେଲ ଦଣ୍ଡ । ଗୁଇନ୍ଦାଗିରି ଅଭିଯୋଗରେ ଋଷରେ ଅଟକ ଥିବା ଆମେରିକାର ପୂର୍ବତନ ନୌସେନା ଯବାନଙ୍କୁ ସୋମବାର 16 ବର୍ଷ କାରାଦଣ୍ଡାଦେଶ ମିିଳିଛି । ଏନେଇ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଯୁକ୍ତରାଷ୍ଟ୍ର, ବ୍ରିଟିଶ, କାନାଡିୟ ଏବଂ ଇଂରେଜ ପାସପୋର୍ଟ ଥିବା ପଲ୍ ୱିଲାନ୍‌ଙ୍କୁ ଡିସେମ୍ବର 2018 ଶେଷରେ ଋଷର ରାଜଧାନୀ ମସ୍କୋରେ ଅଟକ ରଖାଯାଇଥିଲା। ତାଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ ରହିଥିଲା । ଯାହାକୁ ସେ ଅସ୍ବୀକାର କରିଥିଲେ ।

ଋଷର ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ 10 ଦିନ ମଧ୍ୟରେ କୋର୍ଟରେ ଏହି ନିଷ୍ପତ୍ତି ବିରୋଧରେ ୱିଲାନଙ୍କ ପକ୍ଷରୁ ଆବେଦନ କରାଯିବ ବୋଲି ସୂଚନା ରହିଛି । ଋଷରେ ଗୁପ୍ତଚର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିର 20 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବିଧାନ ରହିଛି ।

ଋଷରେ ଅଟକ ପରେ ୱିଲାନଙ୍କ ଭାଇ ଡେଭିଡ ୱିଲାନ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଯେ, ୱାଲାନ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଋଷରେ ଥିଲେ କିନ୍ତୁ ଏହି ଉତ୍ସବରେ ସେ ସାମିଲ ହୋଇପାରିନଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ୱିଲାନଙ୍କୁ ଏକ ଅନଲାଇନ୍ ନ୍ୟୁଜ୍ ରିପୋର୍ଟକୁ ଆଧାର କରି ଗିରଫ କରାଯାଇଛି।

ୱିଲାନଙ୍କୁ ଋଷରେ 17 ମାସରୁ ଅଧିକ ସମୟ ଧରି ବନ୍ଦୀ କରି ରଖାଯାଇଛି । ମସ୍କୋରେ ଥିବା ଆମେରିକାର ଦୂତାବାସର ମୁଖପାତ୍ର ରେବିକା ରସ ସୋମବାର ଦିନ କହିଛନ୍ତି ଯେ ୱିଲାନଙ୍କୁ କୌଣସି ପ୍ରମାଣ ବିନା ଗୁପ୍ତଚର ବିଚାର ପ୍ରକ୍ରିୟାରେ ସାମିଲ କରାଯାଇଛି ।

ସେ ଟୁଇଟ୍ କରି କହିଛନ୍ତି ଯେ, ଯଦି ତାଙ୍କୁ ବିନା ପ୍ରମାଣ ପତ୍ରରେ ଦୋଷୀ ସାବ୍ୟସ୍ତ କରାଯାଏ, ତେବେ ଋଷର ନ୍ୟାୟିକ ବ୍ୟବସ୍ଥା କିପରି ନ୍ୟାୟ ଧାରଣାକୁ ପରିହାସ କରୁଛି ତାହା ସମଗ୍ର ବିଶ୍ବ ଦେଖିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.