ETV Bharat / international

ଇମ୍ରାନ-ଜିନପିଙ୍ଗ ଭେଟଘାଟ, ପୁଣି ଉଠିଲା କାଶ୍ମୀର ପ୍ରସଙ୍ଗ - ଇମ୍ରାନ-ଜିନପିଙ୍ଗ ଭେଟଘାଟ ଖବର

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ରବିବାର ଦ୍ବିପାକ୍ଷିକ ବୈଠକ ହୋଇଛି । ଏହାପରେ ଦୁଇ ଦେଶ ପକ୍ଷରୁ ଜାରି ମିଳିତ ବିବୃତିରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇଛି । ଅଧିକ ପଢନ୍ତୁ

ଇମ୍ରାନ-ଜିନପିଙ୍ଗ ଭେଟଘାଟ
ଇମ୍ରାନ-ଜିନପିଙ୍ଗ ଭେଟଘାଟ
author img

By

Published : Feb 7, 2022, 11:58 AM IST

ବେଜିଂ: ଚୀନ ଓ ପାକିସ୍ତାନ ମଧ୍ୟରେ ପୁଣି ଉଠିଛି କାଶ୍ମୀର ପ୍ରସଙ୍ଗ । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ରବିବାର ଦ୍ବିପାକ୍ଷିକ ବୈଠକ ହୋଇଛି । ଏହାପରେ ଦୁଇ ଦେଶ ପକ୍ଷରୁ ଜାରି ମିଳିତ ବିବୃତିରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇଛି । ସ୍ଥିତି ବିଗିଡ଼ିବା ଭଳି ଯେକୌଣସି ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚୀନ ବିରୋଧ କରିବ ବୋଲି ବିବୃତ୍ତିରେ କୁହାଯାଇଛି । ବୈଠକରେ କାଶ୍ମୀର ପ୍ରସଙ୍ଗ ନେଇ ଜିନିପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି ଇମ୍ରାନ । ଭାରତ ସରକାରଙ୍କ ପକ୍ଷରୁ ଏଯାଏଁ ବିଧିବଦ୍ଧ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇନି।

ଜମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଉଭୟ ପାକିସ୍ତାନ ଓ ଚୀନ ମନେରଖିବା ଦରକାର ବୋଲି ସରକାରୀ ସୂତ୍ରରେ କୁହାଯାଇଛି। ଚୀନା ଓ ପାକିସ୍ତାନ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ଇସଲାମାବାଦ ନିକଟ କାଶ୍ମୀରରେ ଘଟୁଥିବା ଘଟଣା ବିଷୟରେ ବେଜିଂକୁ ଅବଗତ କରାଯାଇଛି। ଏଥିରେ ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନ ପ୍ରକଟ କରିଥିବା ଚିନ୍ତା, ସ୍ଥିତାବସ୍ଥା ଓ ଆଭିମୁଖ୍ୟ ଆଦି ବିଷୟ ରହିଛି।

ପାକିସ୍ତାନ ଚୀନକୁ କାଶ୍ମୀର ପ୍ରସଙ୍ଗ କହିବା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି । ବେଜିଂ ଶୀତକାଳୀନ ଅଲମ୍ପିକ୍ସ ପାଇଁ ଇମ୍ରାନ ଖାନଙ୍କ ସମେତ ପ୍ରାୟ ୨୦ଟି ଦେଶର ପ୍ରତିନିଧି ଚୀନ ଗସ୍ତ କରିଛନ୍ତି । ଗତ ୪ ତାରିଖରେ ଏମାନେ ଅଲମ୍ପିକ୍ସର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଭାରତ, ଆମେରିକା ଓ ବ୍ରିଟେନ ଭଳି ଅନେକ ଦେଶ ଚୀନର ଆଚରଣକୁ ବିରୋଧ କରି ଏହି ଉତ୍ସବକୁ ବଏକଟ କରିଛନ୍ତି । ଏହି ସମୟରେ ଚୀନ ସହ ବୈଠକ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ।

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଚୀନ କହିଛି କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଗୋଟିଏ ବିବାଦ। ଏହି ବିବାଦ ଶାନ୍ତିପୂର୍ଣ୍ଣ ଓ ଜାତିସଂଘ ସୁରକ୍ଷା ପରିଷଦର ଗାଇଡଲାଇନ ଅନୁସାରେ ସମାଧାନ ହେବା ଉଚିତ। ଉଭୟ ଦେଶ ପରସ୍ପର ସହ କରିଥିବା ଚୁକ୍ତିକୁ ପାଳନ କରିବା ଦରକାର ବୋଲି ବେଜିଂ ମତ ରଖିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.