ETV Bharat / international

କୋରୋନା ପ୍ରଭାବ: 10 ହଜାର କଏଦୀଙ୍କୁ ମୁକ୍ତ କରିବେ ଆଫଗାନ ସରକାର

କୋରୋନା ବିସ୍ତାରକୁ ରୋକିବା ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶ୍ରରଫ ଘାନିଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶକୁ ଭିତ୍ତି କରି ଆଫଗାନିସ୍ତାନ ସରକାର ଆସନ୍ତା 10 ଦିନ ମଧ୍ୟରେ 10,000 କଏଦୀଙ୍କୁ ଜେଲରୁ ମୁକ୍ତ କରିବେ । ଅଧିକ ପଢନ୍ତୁ...

jail
jail
author img

By

Published : Mar 27, 2020, 10:19 PM IST

କାବୁଲ: ମହାମାରୀ କୋରୋନା ଏବେ ସାରା ବିଶ୍ୱ ପାଇଁ କାଳ ସାଜିଛି । ସଂକ୍ରମଣର ମାତ୍ରା ବଢିବାରେ ଲାଗିଛି । ଏପରିସ୍ଥଳେ କୋରୋନା ବିସ୍ତାରକୁ ରୋକିବା ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶ୍ରରଫ ଘାନିଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶକୁ ଭିତ୍ତି କରି ଆଫଗାନିସ୍ତାନ ସରକାର ଆସନ୍ତା 10 ଦିନ ମଧ୍ୟରେ 10,000 କଏଦୀଙ୍କୁ ଜେଲରୁ ମୁକ୍ତ କରିବେ ।

ଜେଲ ନେର୍ଦ୍ଦେଶାଳୟ ମୁଖ୍ୟ ଅହମଦ ତୋତାଖିଲ ଟୋଟାଖିଲ କହିଛନ୍ତି, ମୁକ୍ତ ହେଉଥିବା କଏଦୀ ସମାଜ ପାଇଁ ବଡ ବିପଦ ନୁହଁନ୍ତି। ସମସ୍ତେ ଛୋଟମୋଟ ଅପରାଧରେ ଜେଲ ସଜା କାଟୁଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଆଫଗାନିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆଫଗାନିସ୍ତାନରେ 94 ଜଣ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବାବେଳେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.