ETV Bharat / international

ରାଷ୍ଟ୍ରପତିଙ୍କ ବହୁପ୍ରତୀକ୍ଷିତ ଦସ୍ତଖତ: ଜେଲରୁ ମୁକୁଳିବେ ତାଲିବାନ କଏଦୀ - ଜେଲରୁ ମୁକୁଳିବେ ତାଲିବାନ ବନ୍ଦୀ

ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ମଙ୍ଗଳବାର ବହୁ ପ୍ରତୀକ୍ଷିତ ଆଦେଶନାମାରେ ଦସ୍ତଖତ କରିଛନ୍ତି । ଏହି ଦସ୍ତଖତ ପରେ ତାଲିବାନ କଏଦୀମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ତ୍ବରାନ୍ବିତ ଓ ସହଜ ହେବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 11, 2020, 9:53 AM IST

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ମଙ୍ଗଳବାର ବହୁ ପ୍ରତୀକ୍ଷିତ ଆଦେଶନାମାରେ ଦସ୍ତଖତ କରିଛନ୍ତି । ଏହି ଦସ୍ତଖତ ପରେ ତାଲିବାନ କଏଦୀମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ତ୍ବରାନ୍ବିତ ଓ ସହଜ ହେବ । ବନ୍ଦୀମାନଙ୍କୁ ମୁକ୍ତ କରିବା ଗତ ମାସରେ ଆମେରିକା ଏବଂ ତାଲିବାନ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତିର ଏକ ଅଂଶ ଥିଲା ।

ଫଟୋ ସୌଜନ୍ୟ: ଟ୍ବିଟ@SediqSediqqi
ଫଟୋ ସୌଜନ୍ୟ: ଟ୍ବିଟ@SediqSediqqi

ଏହି ନିଷ୍ପତ୍ତି ଘୋଷଣା କରି ଘାନିଙ୍କ ମୁଖପାତ୍ର ସିଦିକ ସିଦ୍ଦିକୀ ମଙ୍ଗଳବାର କହିଛନ୍ତି ଯେ ବୁଧବାର ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ସିଦ୍ଦୀକୀ ଟୁଇଟ୍ କରି କହିଛନ୍ତି, "ରାଷ୍ଟ୍ରପତି ଘାନି ଏହି ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ଯାହା ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବୁଝାମଣା ଆରମ୍ଭ ପାଇଁ ଏକ ଗ୍ରହଣୀୟ ପଦକ୍ଷେପ । ଏହା ସ୍ବାକ୍ଷରିତ ପରେ ତାଲିବାନ କଏଦୀମାନଙ୍କୁ ମୁକ୍ତ କରିବାରେ ସହଜ ହେବ । ଆସନ୍ତାକାଲି ଏହି ନିଷ୍ପତ୍ତିର ସବିଶେଷ ତଥ୍ୟ ପ୍ରଦାନ କରାଯିବ।

ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଏହି ଖବର ଆସିଛି । ତାଲିବାନ ଯୋଦ୍ଧାଙ୍କୁ ମୁକ୍ତ କରିବା ପୂର୍ବରୁ ତାଲିବାନ ଦାବିକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିଆସୁଥିଲେ ।

ସୂଚନା ଯୋଗ୍ୟ ଯେ, ଫେବୃଆରୀ 29ରେ ଆମେରିକା ଏବଂ ତାଲିବାନ କାତାରରେ ବହୁ ପ୍ରତୀକ୍ଷିତ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହାସହ ମାର୍ଚ୍ଚ 10ରେ ଏହାକୁ ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ସର୍ତ୍ତ ଅନୁଯାୟୀ 5000ସଂଖ୍ୟା ପର୍ଯ୍ୟନ୍ତ ତାଲିବାନ କଏଦୀଙ୍କୁ ଜେଲରୁ ମୁକ୍ତ କରାଯିବ।

@ANIଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.