କାବୁଲ: ଆଫଗାନ ରାଷ୍ଟ୍ରପତି ଅସରଫ ଘାନି ତାଲିବାନ ସହିତ ଆଲୋଚନା କରିବା ପାଇଁ ଏକ ବୈଠକର ଆୟୋଜନ କରିବାକୁ ରାଜି ହୋଇଛନ୍ତି। ଏହି ବୈଠକ କତାର ରାଜଧାନୀ ଦୋହାରେ ଅନୁଷ୍ଠିତ ହେବ ବୋଲି ଏଠାକାର ବୈଦେଶିକ ମନ୍ତ୍ରଣାଳୟର ସ୍ବତନ୍ତ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି।
''ରାଷ୍ଟ୍ରପତି ଘାନି ତାଲିବାନ ସହିତ ବୁଝାମଣା କରିବା ପାଇଁ ବୈଠକ ଆୟୋଜନ କରିବାକୁ ରାଜି ବୋଲି ସ୍ପୁଟନିକ ପକ୍ଷରୁ ଖବର ଦିଆଯାଇଛି। କାବୁଲରେ ଆଫଗାନିସ୍ତାନ ହାଇ କାଉନସିଲର ଅଧ୍ୟକ୍ଷ ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି।
ଅବଦୁଲ୍ଲାଙ୍କ କହିବା ଅନୁସାରେ, ଅଲ-କହତାନୀଙ୍କ ସହ ଆଲୋଚନା ପରେ ଅବଦୁଲ୍ଲା କହିଛନ୍ତି ଯେ ଆଫଗାନିସ୍ତାନରେ ଶାନ୍ତି ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଦୋହାର ଉଦ୍ୟମକୁ କାବୁଲ ପ୍ରଶଂସା କରୁଛି। ବର୍ତ୍ତମାନ ସୁଦ୍ଧା ବୈଠକର ପ୍ରକୃତ ତାରିଖ ଜଣାପଡି ନାହିଁ, କିନ୍ତୁ ସରକାର ଫେବୃଆରୀରେ ସ୍ୱାକ୍ଷରିତ ହୋଇଥିବା ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ଅନୁଯାୟୀ 5000 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ ରାଜି ହୋଇଥିବା ଜଣାଯାଇଛି।