ETV Bharat / international

ପରିବାର ଲୋକଙ୍କ ମୁହଁରେ ଆହାର ଦେବାକୁ ୯ ବର୍ଷୀୟା ଝିଅକୁ ବିକ୍ରି କଲା ବାପା - ଆଫଗାନିସ୍ତାନରେ ଝିଅ ବିକ୍ରି

ଉତ୍କଟ ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଛି ଆଫଗାନିସ୍ତାନ । ସ୍ଥିତି ଏଭଳି ହୋଇଛି ଯେ, ଆର୍ଥିକ ଅନଟନରେ କାଳ କାଟୁଥିବା ଆଫଗାନିସ୍ତାନର ଅନେକ ପରିବାର ନିଜ ଝିଅଙ୍କୁ ବିକ୍ରି କରୁଛନ୍ତି । ଅଧିକ ପଢନ୍ତୁ...

ପରିବାର ଲୋକଙ୍କ ମୁହଁରେ ଆହାର ଦେବାକୁ ୯ ବର୍ଷୀୟା ଝିଅକୁ ବିକ୍ରି କଲା ବାପା

author img

By

Published : Nov 2, 2021, 2:19 PM IST

କାବୁଲ: ଭୀଷଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଆଫଗାନିସ୍ତାନ । ଆଫଗାନ ଉପରେ ତାଲିବାନର କବଜା ପରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ତାଲିବାନୀଙ୍କ ବର୍ବରତା ସାଙ୍ଗକୁ ଦାରିଦ୍ର୍ୟତା ମଧ୍ୟରେ ଆଉଟୁପାଉଟୁ ହେଉଛନ୍ତି ଦେଶବାସୀ । ପୂର୍ବରୁ ଆଫଗାନସ୍ତାନରୁ ବର୍ବରତାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ଜନମାନସକଙ୍କୁ ଆନ୍ଦୋଳିତ ଏବଂ ବିଚଳିତ କରିଛି । ବର୍ତ୍ତମାନ ଦାରିଦ୍ର୍ୟ ଏବଂ କ୍ଷୁଧା ଯନ୍ତ୍ରଣା ଆଫଗାନବାସୀଙ୍କୁ ଏତେ କଲବଲ କରିଛି ଯେ, ଫଳରେ ଏଠାକାର ବହୁ ପରିବାର ଅନିଚ୍ଛା ସତ୍ତ୍ବେ ସାମାନ୍ୟ କିଛି ଟଙ୍କା ଆଶାରେ ନିଜର ନାବାଳିକା ଝିଅଙ୍କ ବିବାହର ସଉଦା କରୁଛନ୍ତି ।

ନିକଟରେ ଜଣେ ବାପା ନିଜ ୯ ବର୍ଷୀୟ ଝିଅକୁ ଆଉ ଜଣଙ୍କୁ ବିକ୍ରି କରିଥିବା ଖବର ସାମ୍ନାକୁ ଆସିଛି । ଅବଦୁଲ ମଲ୍ଲିକ ନାମକ ବ୍ୟକ୍ତି ନିଜ ଝିଅକୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିକୁ ବିକ୍ରି କରିଛି । ଏନେଇ ଅବଦୁଲ କହିଛନ୍ତି, ସେ ପୂର୍ବରୁ ମଧ୍ୟ ନିଜ ୧୨ ବର୍ଷୀୟ ଝିଅକୁ ବିକି ଥିଲେ । କ୍ଷୁଧା ଯନ୍ତ୍ରଣାରେ ଜର୍ଜରିତ ନିଜ ପରିବାରକୁ ବଞ୍ଚାଇବାକୁ ଏବଂ ତାଙ୍କ ପେଟ ପୋଷିବାକୁ ବର୍ତ୍ତମାନ ଆଉ ଜଣେ ଝିଅ ବିକ୍ରି କରିବାକୁ ସେ ବାଧ୍ୟ ହୋଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ଅପମାନବୋଧ, ଲଜ୍ଜା ଏବଂ ଚିନ୍ତାରେ ତାଙ୍କ ମୁଣ୍ଡ ତଳକୁ କରିଦେଇଥିବା ସେ କହିଛନ୍ତି ।

ସେହିପରି ୯ ବର୍ଷୀୟ ସେହି ନାବାଳିକା କହିଛି, ସେ ପାଠ ପଢି ଜଣେ ଶିକ୍ଷକ ହେବାକୁ ଚାହୁଁଛି । ହେଲେ ପରିବାରର ଆର୍ଥିକ ଦୁର୍ଦ୍ଦଶା ତା' ପାଇଁ ସବୁ ବାଟ ବନ୍ଦ କରିଦେଇଛି । ପିଲାଟିକୁ ଉକ୍ତ ୫୫ ବର୍ଷୀୟ ଲୋକଟି ସହ ବିବାହ ସମ୍ପର୍କରେ ପଚାରିବାରୁ ସେହି ଲୋକ କାଳେ ତାକୁ ବାଡେଇବ ଏବଂ ଘରେ କାମ କରିବାକୁ ବାଧ୍ୟ କରିବ ବୋଲି ଭୟଭୀତ ସହକାରେ କହିଛି ନାବାଳିକା ।

ସୂଚନାଯୋଗ୍ୟ, ଅବଦୁଲ ମଲ୍ଲିକଙ୍କ ପରିବାର ବିସ୍ଥାପିତ ହୋଇ ବାଦଗିଶ ପ୍ରଦେଶର ଏକ ଅଞ୍ଚଳରେ କ୍ୟାମ୍ପ କରି ରହୁଛନ୍ତି । ତାଙ୍କ ପରିବାରରେ ୮ ଜଣ ସଦସ୍ୟ ରହିଥିବାବେଳେ ତାଙ୍କର ଚାକିରି ମଧ୍ୟ ଚାଲିଯାଇଛି । ଏପରିକି ତାଲିବାନର କବଜା ପରେ ଅନ୍ୟ ରାଷ୍ଟ୍ରରୁ ମିଳୁଥିବା ସେବା ମଧ୍ୟ ବନ୍ଦ ହୋଇଯାଇଥିବା ଜଣାପଡିଛି । ଯାହା ତାଙ୍କୁ ଝିଅକୁ ବିକ୍ରି କରିବା ଭଳି ଘୃଣ୍ୟ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.