କାବୁଲ: ଆଫଗାନିସ୍ତାନ ସରକାର ତୃତୀୟ ପର୍ଯ୍ୟାୟରେ ଆଉ 100 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜାଭେଦ ଫୈସଲ ଏନେଇ ସୂଚନା ଦେଇଥିବା ବେଳେ କେବେ ଏହା କରାଯିବ ଏନେଇ କିଛି ସ୍ପଷ୍ଟ ଭାବରେ କହିନାହାନ୍ତି ।
ଏପ୍ରିଲ 8 ରେ ପ୍ରଥମ ବ୍ୟାଚରେ 100 କଏଦୀଙ୍କୁ ମୁକ୍ତ କରାଯିବା ପରେ ଆଉ 100 କଏଦୀଙ୍କୁ ମୁକ୍ତ କରାଯାଇଥିଲା । ତେବେ ଏବେ ତୃତୀୟ ପର୍ଯ୍ୟାୟରେ କଏଦୀଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ।
ସୂଚନାନୁଯାୟୀ, ଆଫଗାନ ଓ ତାଲିବାନ ମଧ୍ୟରେ ଫେବୃଆରୀ 29 ତାରିଖରେ ଏକ ଚୁକ୍ତି ହୋଇଥିଲା । ଯେଉଁଥିରେ ମଧ୍ୟସ୍ଥତା କରିଥିଲା ଆମେରିକା । ଚୁକ୍ତି ଅନୁଯାୟୀ ଆଫଗାନ ଓ ତାଲିବାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଫଗାନ 5000 ତାଲିବାନୀ କଏଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଆଗାନିସ୍ତାନର ରାଷ୍ଟ୍ରପତି ଏହା ନକରି ପର୍ଯ୍ୟାୟ କ୍ରମେ କଏଦୀଙ୍କୁ ମୁକ୍ତ କରୁଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି । ତେବେ ଶାନ୍ତି ପ୍ରତିଷ୍ଠା କରିବାକୁ ଆଫଗାନ ସରକାର ପର୍ଯ୍ୟାୟ କ୍ରମେ 1500 କଏଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
@IANS