ETV Bharat / international

900 ତାଲିବାନୀଙ୍କୁ ମୁକ୍ତ କରିବେ ଆଫଗାନ୍ ସରକାର

author img

By

Published : May 26, 2020, 10:53 PM IST

ତାଲିବାନ ପକ୍ଷରୁ ଏହି ପଦକ୍ଷେପକୁ ସ୍ବାଗତ କରାଯିବା ସହ କୁହାଯାଇଛି ଯେ ଯଦି ସରକାର ଏପରି ପଦକ୍ଷେପ ନେବା ଜାରି ରଖନ୍ତି ତେବେ ସେମାନେ ମଧ୍ୟ ଅସ୍ତ୍ରବିରତି ଉପରେ ଭବିଷ୍ୟତରେ ବିଚାର କରିବେ । ଅଧିକ ପଢନ୍ତୁ...

900 ତାଲିବାନୀଙ୍କୁ ମୁକ୍ତ କରିବେ ଆଫଗାନ୍ ସରକାର
900 ତାଲିବାନୀଙ୍କୁ ମୁକ୍ତ କରିବେ ଆଫଗାନ୍ ସରକାର

କାବୁଲ: ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ଅନୁସାରେ ଆଫଗାନ୍ ସରକାର ମଙ୍ଗଳବାର 900 କଏଦୀଙ୍କୁ ମୁକ୍ତ କରିବାକୁ ଯାଉଛନ୍ତି । ଚୁକ୍ତି ପରେ ଏହା ସବୁଠାରୁ ବଡ କଏଦୀ ମୁକ୍ତ ଅପରେସନ ବୋଲି ଜଣାପଡିଛି । ରିଲିଜ ହେବାକୁ ଥିବା ସମସ୍ତ କଏଦୀ ତାଲିବାନ ସହ ସମ୍ପୃକ୍ତ ବୋଲି ସୂଚନା ରହିଛି ।

ପ୍ରକାଶ ଥାଉ କି ନିକଟରେ ଇଦ୍ ଉଲ ଫିତୁର ପାଇଁ ତାଲିବାନମାନେ 3 ଦିନ ଅସ୍ତ୍ରବିରତି ଘୋଷଣା କରିଥିଲେ । ଏବେ 3 ଦିନ ସରି ଆସୁଥିବାବେଳେ ଆଫଗାନ୍ ସରକାର 900 କଏଦୀ ମୁକ୍ତି ପାଇଁ ଘୋଷଣା କରିଛନ୍ତି । ଏପରି ପଦକ୍ଷେପ ନେଇ ଆଫଗାନ୍ ସରକାର ତାଲିବାନଙ୍କୁ ଶାନ୍ତି ପ୍ରସ୍ତାବ ଦେଇଛନ୍ତି । ଫେବୃୟାରୀ 29ରେ ହୋଇଥିବା ଚୁକ୍ତି ଅନୁସାରେ ଉଭୟ ପକ୍ଷ କଏଦୀ ରିଲିଜ କରିବାକୁ ରାଜି ହୋଇଥିଲେ । ଫଳରେ ରାଷ୍ଟ୍ରରେ ଅନେକ ମାତ୍ରାରେ ହିଂସାକାଣ୍ଡ କମିବ ବୋଲି ଆଶା କରିଛନ୍ତି ସରକାର ।

ସେହିପରି ତାଲିବାନ ପକ୍ଷରୁ ଏହି ପଦକ୍ଷେପକୁ ସ୍ବାଗତ କରାଯିବା ସହ କୁହାଯାଇଛି ଯେ ଯଦି ସରକାର ଏପରି ପଦକ୍ଷେପ ନେବା ଜାରି ରଖନ୍ତି ତେବେ ସେମାନେ ମଧ୍ୟ ଅସ୍ତ୍ରବିରତି ଉପରେ ଭବିଷ୍ୟତରେ ବିଚାର କରିବେ । ଉଲ୍ଲେଖଯୋଗ୍ୟ ଯେ ଏବେ ସୁଦ୍ଧା ଆଫଗାନ୍ ସରକାର 2000 ତାଲିବାନୀଙ୍କୁ ମୁକ୍ତ କରିସାରିଲେଣି । ଯେବେକି ତାଲିବାନମାନେ ମାତ୍ର 240 ସରକାରୀ ପୋଲିସ, ସେନା ଅଧିକାରୀଙ୍କୁ ଛାଡିଛନ୍ତି । ଚୁକ୍ତି ଅନୁସାରେ ସରକାର 5000 ଓ ତାଲିବାନ 1000 ଲୋକଙ୍କୁ ଛାଡିବେ ।

ତେବେ ଏହି ଚୁକ୍ତି ଆଫଗାନିସ୍ତାନ ଇତିହାସରେ ସବୁଠାରୁ ବଡ ଶାନ୍ତି ଚୁକ୍ତି । ଏହାଦ୍ବାରା ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଫେରିବା ସହ ଅଞ୍ଚଳରେ ଘଟୁଥିବା ହିଂସାକାଣ୍ଡ ଅନେକ ମାତ୍ରାରେ ହ୍ରାସ ପାଇବ । ଆଗାମୀ ବର୍ଷ ଆଫଗାନିସ୍ତାନରୁ ସମସ୍ତ ବିଦେଶୀ ସେନା ହଟିବାକୁ ଥିବାବେଳେ ତାଲିବାନ ସହ ଶାନ୍ତି ଚୁକ୍ତି ଆଫଗାନ୍ ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.