ETV Bharat / international

ଶାନ୍ତି ଚୁକ୍ତି ଲକ୍ଷ୍ୟରେ ଆଫଗାନ ସରକାର, ଦୋହାରେ କରିବେ ତାଲିବାନ ସହ ବୈଠକ

author img

By

Published : Jun 15, 2020, 1:23 PM IST

ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ପ୍ରଥମ ଶାନ୍ତି ଆଲୋଚନା କାତାରର ରାଜଧାନୀ ଦୋହାରେ ଅନୁଷ୍ଠିତ ହେବ । ଯେଉଁଠାରେ କି ତାଲିବାନର ରାଜନୈତିକ କାର୍ଯ୍ୟାଳୟ ଥିବାବେଳେ ଆମେରିକା ସହ ଶାନ୍ତି ଚୁକ୍ତି ହୋଇଥିଲା ।

ଶାନ୍ତି ଚୁକ୍ତି ଲକ୍ଷ୍ୟରେ ଆଫଗାନ ସରକାର, ଦୋହାରେ କରିବେ ତାଲିବାନ ସହ ବୈଠକ
ଶାନ୍ତି ଚୁକ୍ତି ଲକ୍ଷ୍ୟରେ ଆଫଗାନ ସରକାର, ଦୋହାରେ କରିବେ ତାଲିବାନ ସହ ବୈଠକ

କାବୁଲ: ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ପ୍ରଥମ ଶାନ୍ତି ଆଲୋଚନା କାତାରର ରାଜଧାନୀ ଦୋହାରେ ଅନୁଷ୍ଠିତ ହେବ । ଯେଉଁଠାରେ କି ତାଲିବାନର ରାଜନୈତିକ କାର୍ଯ୍ୟାଳୟ ଥିବାବେଳେ ଆମେରିକା ସହ ଶାନ୍ତି ଚୁକ୍ତି ହୋଇଥିଲା । ଏହି ବୈଠକ ନେଇ ଆଫଗାନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଫଗାନ ସରକାର କେବଳ ଦୋହାରେ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ରାଜି ହୋଇଛନ୍ତି । ତେବେ ଏଠାରେ କୌଣସି ଚୁକ୍ତି ହେବାର ନାହିଁ ବୋଲି ଆଫଗାନ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବୈଠକ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ ।

ତେବେ ଏହି ବୈଠକ ନେଇ ଜୁନ୍‌ 11ରେ ଆଫଗାନ ରାଷ୍ଟ୍ରପତି ଓ କାତାର ପ୍ରତିପକ୍ଷ ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଛି । ସେପଟେ ଯେପର୍ଯ୍ୟନ୍ତ ଆଫଗାନ ତାଲିବାନର 5000 ବନ୍ଦୀଙ୍କୁ ମୁକ୍ତ ନକରିଛି, ସେପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି ତାଲିବାନ ପୂର୍ବରୁ କହିଆସୁଥିଲା ।

ତେବେ ଏହି ବୈଠକ ନେଇ ଆମେରିକା-ତାଲିବାନ ଚୁକ୍ତି ସମୟରୁ ଚର୍ଚ୍ଚା ହୋଇଆସୁଥିଲା । ଯେଉଁଥିରେ ଆଫଗାନ, ତାଲିବାନର 5000 ବନ୍ଦୀଙ୍କୁ ଛାଡିବ ଓ ତାଲିବାନ ଆଫଗାନର 1000 ସରକାରୀ ବନ୍ଦୀଙ୍କୁ ଛାଡିବାକୁ କୁହାଯାଇଥିଲା । ତେବେ ଏଥିରେ ରାଜି ନହେବାରୁ ବୈଠକ ଘୁଞ୍ଚି ଘୁଞ୍ଚି ଯାଉଥିଲା ।

ସୂଚନାଥାଉକି, ଆଫଗାନିସ୍ତାନ ସରକାର ବର୍ତ୍ତମାନ ସୁଦ୍ଧା ପ୍ରାୟ 3000 ତାଲିବାନ କଏଦୀଙ୍କୁ ମୁକ୍ତ କରିଛନ୍ତି । ସେପଟେ 500 ଆଫଗାନ କଏଦୀ ତାଲିବାନୀ ଜେଲରୁ ମୁକ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.