ୱାଶିଂଟନ: ଆଫଗାନିସ୍ତାନ ପାଖରେ କୌଣସି ସାମରିକ ବିକଳ୍ପ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଏହି ମତ ଦେଇଛନ୍ତି । ସେ ଆଫଗାନିସ୍ଥାନ ପ୍ରସଙ୍ଗରେ ଟ୍ରମ୍ପଙ୍କ ଆଗରେ ସମାନ ମତ ରଖିବେ ବୋଲି ସୂଚନା ଦେଇଛନ୍ତି ।
ଇମ୍ରାନଙ୍କୁ ତାଲିବାନ ଖାନ ବୋଲି ଉଲ୍ଲେଖ କରାଯାଉଛି । ସେ ବର୍ଷକ ପୂର୍ବରୁ କହିଥିଲେ, ‘ଆଫଗାନିସ୍ଥାନ ପାଇଁ କୌଣସି ସାମରିକ ବିକଳ୍ପ ନାହିଁ ’ ଯାହା ଏବେ ସାରା ବିଶ୍ବରେ ଚର୍ଚ୍ଚା କରାଯାଉଛି । ମୁଁ ମଧ୍ୟ ସମାନ କଥା ଟ୍ରମ୍ପଙ୍କ ଆଗରେ ରଖିବି ବୋଲି ପ୍ରକାଶ କରିଛନ୍ତି ।