ସିଓଲ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ନିଜର ଦୁଇଟି ନୂଆ ମଡେଲ ଲଞ୍ଚ କରିବାକୁ ଘୋଷଣା କରିଛି । କମ୍ପାନୀ ଅନୁସାରେ ଏବର୍ଷ ଶେଷ ଆଡକୁ ନୂଆ ଫୋନ୍ ଆସିପାରେ । ଉଭୟ ଫୋନ୍ ଫୋଲ୍ଡେବଲ ଏବଂ ଖୁବ୍ ଶସ୍ତାରେ ମିଳିବ ବୋଲି ଜଣାପଡିଛି । ଏଥିରୁ ଗୋଟିଏ ଫୋଲ୍ଡେବଲ ଫୋନ୍ ଆସନ୍ତା ବର୍ଷ ଆସିବ ବୋଲି ଖବର ରହିଛି ।
ଯଦି ସାମସଙ୍ଗ କମ୍ପାନୀ ଏହି ସ୍ମାର୍ଟଫୋନ୍ ବାହାର କରେ ତେବେ ମାର୍କେଟରେ ଏହା ଗାଲାକ୍ସି ସିରିଜର ସବୁଠାରୁ ଶସ୍ତା ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ହେବାକୁ ଯାଉଛି । କମ୍ପାନୀ ପକ୍ଷରୁ ଗାଲାକ୍ସି ଫୋଲ୍ଡ 2 ଏବଂ 5ଜିକୁ ସପୋର୍ଟ କରୁଥିବା ଗାଲାକ୍ସି ଜେଡ୍ ଫ୍ଲିପ୍ ଲଞ୍ଚ ହେବାର ଯୋଜନା ରହିଛି । ଅଗଷ୍ଟ ମାସରେ ଏହାସହ ଗାଲାକ୍ସି ନୋଟ୍ 20 ସିରିଜ୍ ମଧ୍ୟ ଆସିବାକୁ ଯାଉଛି । ତେବେ ଏହି ଉତ୍ସବରେ ସବୁଠାରୁ ଶସ୍ତା ଫୋଲ୍ଡେବଲ ଫୋନ୍ ଗାଲାକ୍ସି ଫୋଲ୍ଡ ଲାଇଟ୍ ଲଞ୍ଚ ନହୋଇପାରେ ବୋଲି ଖବର ରହିଛି । ଏହାର ଦାମ୍ ସାଧାରଣ ଗାଲାକ୍ସି ଫୋନ୍ ଠାରୁ କମ ରହିବ ବୋଲି ଆଶା କରାଯାଇଛି ।
ସୂଚନା ଅନୁସାରେ ଗାଲାକ୍ସି ଫୋଲ୍ଡ 2ର ଏକ 7.7 ଇଞ୍ଚ ସ୍କ୍ରିନ ରହିବ ଯାହା ଖୋଲିଲେ ଏକ 6.23 ଇଞ୍ଚ କଭର ଡିସପ୍ଲେ ବାହାରିବ । ଏଥିରେ ଗାଲାକ୍ସି ଜେଡ୍ ପ୍ଲସ ଭଳି ଅଲଟ୍ରା ଥିନ୍ ଗ୍ଲାସ୍ ବ୍ୟବହାର ହେବ । ତେବେ ଏଥିରେ ଏସ-ପେନ୍ ସପୋର୍ଟ ବ୍ୟବସ୍ଥା ରହିବନି ବୋଲି ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ମାର୍କେଟରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚର ତାଲିକା ଲମ୍ବି ଚାଲିଥିବାବେଳେ ଏଥିରେ ଶେଷରେ ସାମିଲ ହୋଇଛି ସାମସଙ୍ଗ । ଚୀନ୍ ପ୍ରଡକ୍ଟକୁ ବିରୋଧ କରାଯାଉଥିବାବେଳେ ଦକ୍ଷିଣ କୋରିଆର କମ୍ପାନୀ ନିଜ ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି ।
ସାମସଙ୍ଗର ଏହି ନୂଆ ଫୋନ୍ ହୁୱାଇ ଓ ମାଇକ୍ରୋସୋଫ୍ଟକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି । ହୁୱାଇ ନିଜର ନୂଆ ପ୍ରଡକ୍ଟ ମେଟ୍ ଏକ୍ସ-2 ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମାଇକ୍ରୋସୋଫ୍ଟ ସରଫାସ୍ ଡୁଓ ଲଞ୍ଚ କରିବାର ଯୋଜନା କରିଛି । ବର୍ଷ ଶେଷ ଆଡକୁ ଏହି ଫୋନ୍ ଆସିବାର ଯୋଜନା ରହିଛି ।