ETV Bharat / international

ନେପାଳରେ ଭୂସ୍ଖଳନ; 5 ମୃତ, 38 ନିଖୋଜ - ସିନ୍ଧୁପାଲଚୌକରେ ଭୂସ୍ଖଳନ

ନେପାଳର ସିନ୍ଧୁପାଲଚୌକରେ ଭୂସ୍ଖଳନ । 5 ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଥିବା ବେଳେ ବର୍ତ୍ତମାନସୁଦ୍ଧା 8 ଜଣ ଆହତ । ପାଖାପାଖି 30 ଜଣ ନିଖୋଜ ରହିଛନ୍ତି । ଅଧିକ ପଢନ୍ତୁ...

ନେପାଳରେ ଭୂସ୍ଖଳନ; 5 ମୃତ, 38 ନିଖୋଜ
ନେପାଳରେ ଭୂସ୍ଖଳନ; 5 ମୃତ, 38 ନିଖୋଜ
author img

By

Published : Aug 14, 2020, 3:36 PM IST

Updated : Aug 14, 2020, 4:07 PM IST

କାଠମାଣ୍ଡୁ: ନେପାଳର ସିନ୍ଧୁପାଲଚୌକରେ ବଡ ଧରଣର ଦୁର୍ଘଟଣା ନେଇ ଖବର ସାମ୍ନାକୁ ଆସିଛି । ଉତ୍ତର ନେପାଳର ସିନ୍ଧୁପାଲଚୌକ ସ୍ଥିତ ଜୁଗଲ ରୁରାଲ ମ୍ୟୁନିସପାଲିଲଟି-2ରେ ଭୂସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଥିବା ବେଳେ ବର୍ତ୍ତମାନସୁଦ୍ଧା 8 ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷେ ଏହି ଘଟଣାରେ ପାଖାପାଖି 38 ଜଣ ନିଖୋଜ ରହିଛନ୍ତି ।

ମୃତାହତଙ୍କ ଏଯାଏଁ ପରିଚୟ ହସ୍ତଗତ ହୋଇନଥିବା ରୁରାଲ ମ୍ୟୁନିସପାଲିଟି ଚେୟାରମ୍ୟାନ ନାରାୟଣ ଶ୍ରେଷ୍ଠା ସୂଚନା ଦେଇଛନ୍ତି । ଚେୟାରମ୍ୟାନଙ୍କ କହିବା ଅନୁଯାୟୀ ଘଟଣାରେ ଗୁରୁତର ଆହତ ହୋଇଥିବା 5 ଜଣଙ୍କୁ ଆର୍ମି ହେଲିକେପ୍ଟରରେ ଏୟାରଲିଫ୍ଟ କରାଯାଇ ଉଦ୍ଧାର କରାଯାଇଛି ।

ଆହତମାନଙ୍କ ମଧ୍ୟରୁ 4 ଜଣଙ୍କୁ ଚୌତରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ରାଜଧାନୀ କାଠମାଣ୍ଡୁ ସ୍ଥିତ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ପୋଲିସ ମୁଖପାତ୍ର ମାଧବ ପ୍ରସାଦ କାଫଲେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ 12ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି 30ଟି ଘରକୁ ଆଂଶିକ କ୍ଷତି ପହଞ୍ଚିଛି । ନେପାଳ ସେନାର 14 ଜଣିଆ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Last Updated : Aug 14, 2020, 4:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.