ETV Bharat / international

ରେସ୍ତୋରାଁରେ ସର୍ବନିମ୍ନ 4 ନିୟମ କୋହଳ, ଏବେ ଏକାଠି ବସିପାରିବେ 8 - ହଂକଂରେ ଲକଡାଉନ ନିୟମ କୋହଳ

ବେଶ କିଛି ଦିନର ମରଣାନ୍ତକ ପ୍ରଭାବ ପରେ ଏବେ ଧିରେ ଧିରେ ସୁଧୁରିବାରେ ଲାଗିଛି ପରିସ୍ଥିତି । ବର୍ତ୍ତମାନ ହଂକଂରେ ଜନସାଧାରଣ ଅଞ୍ଚଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ଶନିବାର ପ୍ରକାଶ ପାଇବା ପରେ କିଛି ଦିଗରେ କଟକଣା କୋହଳ କରିବା ପାଇଁ ସରକାରୀସ୍ତରରେ ଆଲୋଚନା ହୋଇଥିଲା ।

corona in hong kong, coronavirus news, corona update, lockdown restriction ease in hong kong, restrictions ease in restaurants of hong kong, ହଂକଂରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, ହଂକଂରେ ଲକଡାଉନ ନିୟମ କୋହଳ, ହଂକଂରେ ରେସ୍ତୋରାଁରେ ନିୟମ କୋହଳ
ରେସ୍ତୋରାଁରେ ସର୍ବନିମ୍ନ 4 ନିୟମ କୋହଳ, ଏବେ ଏକାଠି ବସିପାରିବେ 8
author img

By

Published : May 4, 2020, 7:20 AM IST

ହଂକଂ: ବେଶ କିଛି ଦିନର ମରଣାନ୍ତକ ପ୍ରଭାବ ପରେ ଏବେ ଧିରେ ଧିରେ ସୁଧୁରିବାରେ ଲାଗିଛି ପରିସ୍ଥିତି । ବର୍ତ୍ତମାନ ହଂକଂରେ ଜନସାଧାରଣ ଅଞ୍ଚଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ଶନିବାର ପ୍ରକାଶ ପାଇବା ପରେ କିଛି ଦିଗରେ କଟକଣା କୋହଳ କରିବା ପାଇଁ ସରକାରୀସ୍ତରରେ ଆଲୋଚନା ହୋଇଥିଲା । ଯେଉଁ ଆଲୋଚନା ଆଧାରରେ ରେସ୍ତୋରାଁରେ ଗୋଟିଏ ଟେବୁଲରେ 4ଜଣ ବସିବା ନିୟମରେ ପରିବର୍ତ୍ତନ କରାଯାଇଛି ।

ରବିବାର ହୋଇଥିବା ଆଲୋଚନାରେ ସ୍ପଷ୍ଟ କରାଯାଇଛି କି ବର୍ତ୍ତମାନ ଆଞ୍ଚଳିକସ୍ତରରେ ସଂକ୍ରମଣର ପରିମାଣ ହ୍ରାସ ପାଇଥିବାରୁ ଧିରେ ଧିରେ ବ୍ୟବସାୟ ପୁଣି ଖୋଲିପାରିବ । ସେହିପରି ରେସ୍ତୋରାଁରେ ଗୋଟିଏ ଟେବୁଲରେ 4 ଜଣଙ୍କ ବଦଳରେ ଏବେ 8 ଜଣ ବସିପାରିବେ । ଆସନ୍ତା ମେ 7ତାରିଖରେ ହଂକଂରେ ଲକଡାଉନ ନିୟମ କୋହଳ ହେବା ନେଇ ନିର୍ଦ୍ଧାରିତ ହୋଇଥିବା ବେଳେ ଏହାପରେ ବି ସାମାଜିକ ଦୂରତା ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।

କେବଳ ରେସ୍ତୋରାଁ ନୁହେଁ କାରାଓକେ ଲାଉଞ୍ଜ ଓ ବାର ଆଦିରେ ମଧ୍ୟ ଏହି ନିୟମ କୋହଳ ହେବା ନେଇ ଘୋଷଣା କରାଯାଇଛି । ଗତ ମାର୍ଚ୍ଚ 28ରୁ ହଂକଂରେ ଲକଡାଉନ ଜାରି ରହିଥିବା ବେଳେ ଶନିବାର ଏଠାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏଥିପାଇଁ ସ୍ଥିତିରେ ସୁଧାର ଲକ୍ଷ୍ୟ କରାଯାଇ କିଛି ନିୟମ କୋହଳ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ସେପଟେ ବର୍ତ୍ତମାନ ହଂକଂରେ ମୋଟ ଆକ୍ରାନ୍ତ ସଂଖ୍ୟା 1039ରେ ସ୍ଥିର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.