ଦୁଶାମ୍ବୋ: ତାଜାକିସ୍ତାନର ରାଜଧାନୀ ଦୁଶାମ୍ବୋରୁ 10 କିମି ଦୂରରେ ଅବସ୍ଥିତ ଏକ ଜେଲରେ ରବିବାର ମଧ୍ୟରାତ୍ରିରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଇସଲାମିକ ଷ୍ଟେଟର ଆତଙ୍କବାଦୀ ଏହି ଜେଲ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ତାଙ୍କର 5 ଜଣ ସାଥୀଙ୍କ ବ୍ୟତିତ 3 ଜଣ ଗାର୍ଡଙ୍କ ହତ୍ୟା କରିବା ପରେ ଏହି ଦଙ୍ଗା ଆରମ୍ଭ ହୋଇଥିଲା ।
ତାଜାକିସ୍ତାନର ଏହି ଉଚ୍ଚ ସୁରକ୍ଷା ବିଶିଷ୍ଟ ଜେଲରେ ଦଙ୍ଗା ହେବା ପରେ 3 ଜଣ ଗାର୍ଡଙ୍କ ସମେତ 29 କଏଦିଙ୍କର ମୃତ୍ୟୁ ଘଟିଛି । ତେବେ ଦଙ୍ଗା ଉସୁକାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତାଜିକର ସ୍ବତନ୍ତ୍ର ବଳର କର୍ଣ୍ଣଲ ଗୁଲମୋହର ଖାଲିମୋବଙ୍କ ପୁଅ ବେଖରୁଜ ଗୁଲମୋହର ସାମିଲ ଥିଲେ ବୋଲି ଜଣା ପଡିଛି । ସେ ଇସଲାମିକ ଷ୍ଟେଟ ବିରୁଦ୍ଧରେ ଥିବାରୁ ଏଭଳି କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।