ETV Bharat / international

କୋରୋନା କବଳରେ ୟେମେନ, ପ୍ରଥମ ଆକ୍ରାନ୍ତ ଚିହ୍ନଟ - କୋରୋନା ମହାମାରୀ

ଯୁଦ୍ଧ ପ୍ରବଣ ଦେଶ ଭାବେ ଜଣା ଯାଉଥିବା ୟେମେନରେ ବି କୋରୋନାର କାୟା । ଶୁକ୍ରବାର ଏଠାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନାହିଁ ନଥିବା ଡର ।

coronavirus news, corona in yemen, corona update, corona pandemic, corona contamination, କୋରୋନା ଭାଇରସ ନ୍ୟୁଜ୍‌, ୟେମେନରେ କୋରୋନା, କୋରୋନା ସଂକ୍ରମଣ, କୋରୋନା ମହାମାରୀ, କୋରୋନା ଅପଡେଟ
କୋରୋନା କବଳରେ ୟେମେନ, ପ୍ରଥମ ଆକ୍ରାନ୍ତ ଚିହ୍ନଟ
author img

By

Published : Apr 10, 2020, 6:06 PM IST

କାଇରୋ: ଯୁଦ୍ଧ ପ୍ରବଣ ଦେଶ ଭାବେ ଜଣା ଯାଉଥିବା ୟେମେନରେ ବି କୋରୋନାର କାୟା । ଶୁକ୍ରବାର ଏଠାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନାହିଁ ନଥିବା ଡର । ତେବେ ଦେଶରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଦେଶର କୋଭିଡ-19 କମିଟି ଟ୍ବିଟ ଜରିଆରେ ସୂଚନା ଦେଇଛି ।

ଏହି ଟ୍ବିଟ ଅନୁଯାୟୀ ଦେଶରେ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅନ୍ୟପଟେ ଦେଶରେ ବିଗତ 5 ବର୍ଷ ଧରି ଯୁଦ୍ଧ ସ୍ଥିତି ଲାଗି ରହିଥିବାରୁ ବିଗିଡିଛି ଦେଶରେ ସ୍ବାସ୍ଥ୍ୟ ସେବା । ଅନେକ ଡାକ୍ତରଖାନା ବନ୍ଦ ପଡିଥିବା ବେଳେ ଦାରିଦ୍ର୍ୟରେ ଅଧାରୁ ଅଧିକ ଲୋକେ ଡହଳ ବିକଳ । ସେଥିରେ ପୁଣି ପାଣିର ଅଭାବ ଚିନ୍ତାକୁ ଦ୍ବିଗୁଣିତ କରୁଛି ।

ଏମିତିରେ ଯଦି ଅନ୍ୟ ଦେଶ ପରି ୟେମେନରେ ବି କୋରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କରିବ ତେବେ ଏହା ବହୁତ ବଡ ବିପଦ ଆଣିବ ବୋଲି କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.