କାବୁଲ: ଆଫଗାନିସ୍ତାନର ସ୍ପିନ ବ୍ଲକ ଜିଲ୍ଲାରେ ୧୦୦ ଜଣ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଲିବାନ ଆତଙ୍କବାଦୀ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସାଧାରଣ ନାଗରିକଙ୍କ ହତ୍ୟା ପାଇଁ ତାଲିବାନ ଆତଙ୍କୀକୁ ଦାୟୀ କରି ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ।
ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମିରୱାଇସ୍ ଷ୍ଟାନେକଜାଇ କହିଛନ୍ତି ଯେ ପାକିସ୍ତାନର ନିର୍ଦ୍ଦେଶରେ ଆତଙ୍କବାଦୀମାନେ ସ୍ପିନ ବୋଲଡାକର କିଛି ଅଞ୍ଚଳରେ ନିରୀହ ଆଫଗାନିସ୍ତାନର କିଛି ଘର ଉପରେ ଆକ୍ରମଣ କରିଥିଲେ । ଏବଂ ଘର ମଧ୍ୟ ବିଭିନ୍ନ ସାମଗ୍ରୀ ଲୁଟି ନେଇ 100 ନିରୀହ ଲୋକଙ୍କୁ ଗୁଳି କରିଥିଲେ ।
ଗତ ସପ୍ତାହରେ ତାଲିବାନ ସ୍ପିନ୍ ବୋଲଡାକ୍କୁ ଜବରଦଖଲ କରି ଆକ୍ରମଣ କରିଥିଲା। ଯାହାର ଭିଡିଓ ଫୁଟେଜ ଏବେ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ, ତାଲିବାନ ସଦସ୍ୟ ସହରରେ ପ୍ରବେଶ କରି ଘରେ ପଶି ଲୁଟ କରିବା ସହ ସରକାରୀ କର୍ମଚାରୀଙ୍କ ଗାଡିକୁ ଜବତ କରୁଥିବା ଦେଖିବାକୁ ମିଳିଥିଲା। ଆତଙ୍କୀମାନେ ମୋଟରସାଇକେଲରେ ସହରରେ ବୁଲୁଥିବା ଏବଂ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶକୁ ସିଧାସଳଖ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ସେମାନେ ଗୋଟିଏ ଘରେ ତାଲିବାନର ପତାକା ମଧ୍ୟ ଉତ୍ତୋଳନ କରିଥିଲେ।
କାନ୍ଦାହାରର ପ୍ରାଦେଶିକ ପରିଷଦର ଜଣେ ସଦସ୍ୟ କହିଛନ୍ତି ଯେ, ଜଣ ବନ୍ଧୁକଧାରୀ ତାଙ୍କ ଘରେ ଜବରଦସ୍ତ ପଶି ଯାଇଥିଲେ । ଏବଂ ତାଙ୍କର ଦୁଇ ପୁଅଙ୍କୁ ଇଦ୍ର ଗୋଟିଏ ଦିନ ପୂର୍ବରୁ ଉଠାଇ ନେଇ ହତ୍ୟା କରିଥିଲେ।
ଆଫଗାନିସ୍ତାନ ସୁରକ୍ଷା ଏଜେନ୍ସି ଅନୁଯାୟୀ ସ୍ପିନ୍ ବୋଲଡାକରେ ଅନେକ ସାଧାରଣ ନାଗରିକଙ୍କ ମୃତଦେହ ଏବେବି ଭୂମିରେ ପଡ଼ି ରହିଛି । ସେପଟେ ସାଧାରଣ ନାଗରିକଙ୍କ ହତ୍ୟା ପଛରେ କୈଣସି ତାଲିବାନ ଆତଙ୍କୀଙ୍କ ହାତ ନଥିବା ତାଲିବାନ ଅସ୍ବୀକାର କରିଛି ।
@ANI