ETV Bharat / international

ବଦଲା ନେଲା ଆମେରିକା; ସାମରିକ କାର୍ଯ୍ୟାନୁଷ୍ଠାନରେ କାସିମ ଅଲ ରିମୀ ନିପାତ

author img

By

Published : Feb 7, 2020, 9:59 AM IST

ମଧ୍ୟପ୍ରାଚ୍ୟରେ ଜାରି ରଖିଛି ଆମେରିକାର ଆତଙ୍କବାଦ ନିପାତ ଅଭିଯାନ । ଚଳିତ ବର୍ଷ ଜାନୁଆରୀରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ଇରାନ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର କାସିଲ ସୁଲେମାନୀକୁ ଏୟାର ଷ୍ଟ୍ରାଇକରେ ହତ୍ୟା କରିଥିଲା ଆମେରିକା । ଆଉ ଏବେ ୟମେନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ଇନ ଆରବ ପେନିସୁଲା(ଏକ୍ୟୁଏପି)ର ସଂସ୍ଥାପକ କାସିମ ଅଲ ରିମୀକୁ ନିପାତ କରିଛି ଆମେରିକା । ଅଧିକ ପଢନ୍ତୁ...

trump
ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଜାରି ରଖିଛି ଆମେରିକାର ଆତଙ୍କବାଦ ନିପାତ ଅଭିଯାନ । ଚଳିତ ବର୍ଷ ଜାନୁଆରୀରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ଇରାନ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର କାସିଲ ସୁଲେମାନୀକୁ ଏୟାର ଷ୍ଟ୍ରାଇକରେ ହତ୍ୟା କରିଥିଲା ଆମେରିକା । ଆଉ ଏବେ ୟମେନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ଇନ ଆରବ ପେନିସୁଲା(ଏକ୍ୟୁଏପି)ର ସଂସ୍ଥାପକ କାସିମ ଅଲ ରିମୀକୁ ନିପାତ କରିଛି ଆମେରିକା । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ଏହି ଅପରେଶନ କରାଯାଇଥିବା ନେଇ ହ୍ବାଇଟ ହାଉସ ପକ୍ଷରୁ ଜଣାଇ ଦିଆଯାଇଛି ।

କାସିମ ଅଲ ରିମୀର ନେତୃତ୍ବରେ ‘ଏକ୍ୟୁଏପି’ ୟମେନରେ ହିଂସାକାଣ୍ଡ ଜାରି ରଖିଥିଲା । ଏହା ବ୍ୟତୀତ ସେ ଆମେରିକା ସେନାବାହିନୀ ଉପରେ ଆକ୍ରମଣ କରିବା ନେଇ ଯୋଜନା କରିଥିଲା । ଏହାର ମୁକାବିଲା କରିବାକୁ ଯାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଗତ 2015ରୁ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ଇନ ଆରବ ପେନିସୁଲାର ନେତୃତ୍ବ ନେଉଥିଲା କାସିମ ଅଲ ରିମୀ । 2007 ଜୁଲାଇରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ସହ ସେ ଜଡିତ ଥିଲା, ଯେଉଁଥିରେ 8 ସ୍ପେନ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.