ETV Bharat / international

ଆଣ୍ଟିବଡି ସହ ଜନ୍ମ ନେଲା ପ୍ରଥମ ଶିଶୁକନ୍ୟା - କୋଭିଡ ଆଣ୍ଟିବଡି ସହ ଜନ୍ମ ନେଲା ଶିଶୁ କନ୍ୟା

ଆମେରିକାରେ ଜନ୍ମ ନେଇଛି ଏକ ଅନନ୍ୟ ଶିଶୁକନ୍ୟା । ଶିଶୁର ଦେହରେ ଜନ୍ମରୁ ଆଣ୍ଟିବଡି ଥିବା ଲକ୍ଷ୍ୟ କରିଛନ୍ତି ଆମେରିକା ବିଶେଷଜ୍ଞ । ଅଧିକ ପଢନ୍ତୁ...

କୋଭିଡ ଆଣ୍ଟିବଡି ସହ ଜନ୍ମ ନେଲା ଶିଶୁ କନ୍ୟା
କୋଭିଡ ଆଣ୍ଟିବଡି ସହ ଜନ୍ମ ନେଲା ଶିଶୁ କନ୍ୟା
author img

By

Published : Mar 19, 2021, 6:34 PM IST

ୱାଶିଂଟନ: ଆମେରିକାରେ ଜନ୍ମ ନେଇଛି ଏକ ଅନନ୍ୟ ଶିଶୁକନ୍ୟା । ଶିଶୁର ଦେହରେ ଜନ୍ମରୁ ଆଣ୍ଟିବଡି ଥିବା ଲକ୍ଷ୍ୟ କରିଛନ୍ତି ଆମେରିକା ବିଶେଷଜ୍ଞ । ଏହା ପ୍ରଥମ ଘଟଣା କାରଣ ଗର୍ଭାବସ୍ଥାରେ ଶିଶୁର ମାଙ୍କୁ କୋଭିଡ-19 ର ପ୍ରଥମ ଟିକା ଦିଆଯାଇଥିଲା ।

ସ୍ବାସ୍ଥ୍ୟ ବିଜ୍ଞାନ ସହ ଜଡିତ ଏକ ଇପ୍ରିଣ୍ଟ ପ୍ରକାଶ ପାଇଥିବା ‘ମେଡଆର୍କାଇଭ୍’ରେ ପୋଷ୍ଟ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଗର୍ଭଧାରଣର 36 ତମ ସପ୍ତାହରେ ଶିଶୁର ମା’ଙ୍କୁ ଟିକା ଦିଆଯାଇଥିଲା। ତିନି ସପ୍ତାହ ପରେ ମହିଳା ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏବଂ ଜନ୍ମ ପରେ ସଙ୍ଗେ ସଙ୍ଗେ ତାଙ୍କର ରକ୍ତ ନମୁନା ନିଆଯାଇଥିଲା । ଶିଶୁର ରକ୍ତରେ ଆଣ୍ଟିବାଡି ଅଛି ବୋଲି ପ୍ରକାଶ କରିଥିଲେ ଡାକ୍ତର ।

ଆମେରିକାର ଫ୍ଲୋରିଡାସ୍ଥିତ ଆଟଲାଣ୍ଟିକ୍ ୟୁନିଭର୍ସିଟିର ସହ-ଲେଖକ ପଲ୍ ଗିଲବର୍ଟ ଏବଂ ଚାଡ୍ ରୁଡନିକ୍ କହିଛନ୍ତି ଯେ ଏହା ଏକ ନବଜାତ ଶିଶୁ ମଧ୍ୟରେ ଆଣ୍ଟିବଡି ପ୍ରଥମ ମାମଲା। ମା କ୍ରମାଗତ ଭାବରେ ନିଜ ଶିଶୁ କନ୍ୟାକୁ ସ୍ତନ୍ୟପାନ କରାଉଛନ୍ତି ଏବଂ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାର ଦ୍ବିତୀୟ ମାତ୍ରା 28 ଦିନ ପରେ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.