ETV Bharat / international

ଇଲେକ୍ଟୋରାଲ ଫଳାଫଳ ଘୋଷଣା କଲେ ହ୍ବାଇଟ ହାଉସ ଛାଡିବି: ଟ୍ରମ୍ପ

ଇଲେକ୍ଟୋରାଲ ଫଳାଫଳ ଘୋଷଣା କଲେ ହ୍ବାଇଟ ହାଉସ ଛାଡିବି କହିଲେ ଟ୍ରମ୍ପ । ସାମ୍ବାଦିକ ସମ୍ମିଳନୀ କରି ଦେଲେ ସୂଚନା । ଅଧିକ ପଢନ୍ତୁ...

author img

By

Published : Nov 27, 2020, 3:00 PM IST

Will leave White House if Electoral College declares Biden victory, says Trump
ଇଲେକ୍ଟୋରାଲ ଫଳାଫଳ ଘୋଷଣା କଲେ ହ୍ବାଇଟ ହାଉସ ଛାଡିବି: ଟ୍ରମ୍ପ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଗୁରୁବାର ପୁଣି ଥରେ ମୁହଁ ଖୋଲିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ସରକାରୀ ଭାବେ ଜୋ ବିଡେନଙ୍କୁ ବିଜୟୀ ଘୋଷଣା କରାଯାଏ ତେବେ ସେ ହ୍ବାଇଟ ହାଉସ ଛାଡିଦେବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ ନିଜ ପରାଜୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଅନ୍ୟପଟେ ନିର୍ବାଚନ ଫଳାଫଳକୁ ବେଆଇନ ଘୋଷଣା କରିବାକୁ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି । ଯଦି ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବିଡେନ ଆନୁଷ୍ଠାନିକ ଭାବେ ନିଯୁକ୍ତି ହୁଅନ୍ତି ତେବେ ସେ ହ୍ବାଇଟ ହାଉସ ଛାଡିବେ ବୋଲି କହିଛନ୍ତି ।

ସେହିପରି ନିର୍ବାଚନ ପ୍ରକ୍ରିୟା ଓ ଭୋଟ ଗଣତିରେ ଜାଲିଆତି ଅଭିଯୋଗ କରି ଟ୍ରମ୍ପଙ୍କ ଆଇନ ପରାମର୍ଶଦାତା ଟିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାସହ ଜାନୁୟାରୀ 6ରେ ବିଦ୍ଧିବଧ ଭାବେ ବିଜୟୀ ପ୍ରାର୍ଥୀଙ୍କ ନା ଘୋଷଣା ହେବାକୁ ଥିବାରୁ ଟ୍ର୍ରମ୍ପ ଘୋଷଣାକୁ ଅପେକ୍ଷା କରିଛନ୍ତି । ଯଦି ସେ ପରାଜିତ ହୁଅନ୍ତି ତେବେ ହ୍ବାଇଟ ହାଉସ ଛାଡିବାରେ କିଛି ଅସୁବିଧା ନାହିଁ ବୋଲି ଟ୍ରମ୍ପ ସଂକେତ ଦେଇଛନ୍ତି ।

ଟ୍ରମ୍ପ ଜୋ ବିଡେନଙ୍କ ବୈଦେଶିକ ନୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଡେନଙ୍କ ବୈଦେଶିକ ନୀତି ଚୀନକୁ ସୁହାଇପାରେ ବୋଲି ସେ ଆଶଙ୍କା କରୁଛନ୍ତି । ଯାହା ତୃତୀୟ ବିଶ୍ବଯୁଦ୍ଧ ଆଡକୁ ବିଶ୍ବ ଯିବା ବେଶୀ ସମୟ ଲାଗିବ ନାହିଁ । ସେପଟେ ଟ୍ରମ୍ପଙ୍କ ଅଭିଯୋଗ ଓ ଦାୟିତ୍ବ ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଟ୍ରମ୍ପଙ୍କୁ କଡା ସମାଲୋଚନା କରିଛନ୍ତି ବିଡେନ । ଆମେରିକା ବାସୀଙ୍କ ଜନମତକୁ ସମ୍ମାନ ନଦେଲେ ଆମେରିକୀୟ ମାନେ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.