ETV Bharat / international

ଲସଏଞ୍ଜେଲେସରେ ବ୍ୟାପୁଛି ଜଙ୍ଗଲ ନିଆଁ, ଖାଲି ହେଉଛି ଜନବସତି - ଏଲଏ ଜଙ୍ଗଲ ନିଆଁ ଅପଡେଟ

ଲସ୍‌ ଏଞ୍ଜେଲେସର ଉତ୍ତରାଞ୍ଚଳରେ 53 କିଲୋମିଟର ଦୂରରେ ଥିବା ସାଣ୍ଟା କ୍ଲାରିଟାରେ ଜଙ୍ଗଲରେ ବ୍ୟାପି ଚାଲିଛି ନିଆଁ । ଆଖପାଖର ଜନବସତି ଖାଲି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏଥିସହ ଏହି ଜଙ୍ଗଲ ନିକଟରେ ଥିବା ଏକ ଫ୍ରି ୱେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣା ପଡିଛି ।

wildfire in LA, LA latest news, wildfire, evacuation in LA, LA wildfire update, ଲସ୍‌ ଏଞ୍ଜେଲେସରେ ଜଙ୍ଗଲ ନିଆଁ, ଜଙ୍ଗଲରେ ନିଆଁ, ଏଲଏ ଜଙ୍ଗଲ ନିଆଁ ଅପଡେଟ, ଏଲଏରେ ସ୍ଥାନାନ୍ତର ପ୍ରକ୍ରିୟା
ଏଲଏରେ ବ୍ୟାପୁଛି ଜଙ୍ଗଲ ନିଆଁ, ଖାଲି ହେଉଛି ଜନବସତି
author img

By

Published : Jul 7, 2020, 4:59 AM IST

ଲସ୍‌ ଏଞ୍ଜେଲେସ: ଲସ୍‌ ଏଞ୍ଜେଲେସର ଉତ୍ତରାଞ୍ଚଳରେ 53 କିଲୋମିଟର ଦୂରରେ ଥିବା ସାଣ୍ଟା କ୍ଲାରିଟାରେ ଜଙ୍ଗଲରେ ବ୍ୟାପି ଚାଲିଛି ନିଆଁ । ଦ୍ରୁତ ବେଗରେ ଏହି ନିଆଁ ବ୍ୟାପି ଚାଲିଥିବା ବେଳେ ଏହାର ପ୍ରକୋପ ଏତେ ଅଧିକ ରହିଛି କି ସାଧାରଣ ଲୋକେ ଏହାକୁ ସହ୍ୟ କରିପାରୁନାହାନ୍ତି । ଫଳରେ ଆଖପାଖର ଜନବସତି ଖାଲି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏଥିସହ ଏହି ଜଙ୍ଗଲ ନିକଟରେ ଥିବା ଏକ ଫ୍ରି ୱେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣା ପଡିଛି ।

ରବିବାର ଅପରାହ୍ନ 4ଟା ବେଳେ ସମ୍ପୃକ୍ତ ଜଙ୍ଗଲରେ ପ୍ରଥମେ ନିଆଁ ଲାଗିଥିବା ବେଳେ ଧିରେ ଧିରେ ଏହା ବ୍ୟାପିବା ଆରମ୍ଭ ହୋଇଥିଲା । ରବିବାର ରାତି ସୁଦ୍ଧା ପ୍ରାୟ 5 ଏକର ଜମିରେ ଜଙ୍ଗଲ ନଷ୍ଟ ହୋଇସାରିଥିଲା । ହେଲେ ଧିରେ ଧିରେ ନିଆଁ ବ୍ୟାପିବାରେ ଲାଗିଥିବାରୁ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବରେ ପ୍ରାୟ 1100 ଏକର ଜମିରେ ଗଛ ନଷ୍ଟ ହୋଇସାରିଛି । ଏହାର ମୁକାବିଲା ପାଇଁ ପ୍ରାୟ 300 ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ହେଲେ ନିଆଁ ଲିଭିବା ବଦଳରେ ବଢି ବଢି ଚାଲିଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି ।

ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା ପାଇଁ 12ରୁ ଉର୍ଦ୍ଧ୍ବ ଇଞ୍ଜିନ, 5ଟି ଟ୍ରକ, 5ଟି ପାଣି ସିଞ୍ଚନକାରୀ ହେଲିକପ୍ଟର ଓ 2ଟି ଫିକ୍ସ ୱିଙ୍ଗ ହେଲିକପ୍ଟର ନିୟୋଜିତ ରହିଛି । ଏନେଇ ଲସ୍‌ ଏଞ୍ଜେଲେସ ଅଗ୍ନିଶନ ବିଭାଗ ଇନସ୍ପେକ୍ଟର ସ୍କାଏ କର୍ଣ୍ଣେଲଙ୍କ କହିବା ଅନୁଯାୟୀ ଏହି ଜଙ୍ଗଲ ନିଆଁରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ସୂଚନା ରହିନଥିବା ବେଳେ କୌଣସି ସ୍ଥାନୀୟ ବାସିନ୍ଦାଙ୍କ ଘର ମଧ୍ୟ ପ୍ରଭାବିତ ହୋଇନାହିଁ ।

ତେବେ ସ୍ଥାନାନ୍ତର ହୋଇଥିବା ନାଗରିକମାନଙ୍କ ପାଇଁ ରେଡକ୍ରସ ଦ୍ବାରା ନିର୍ମିତ ଅସ୍ଥାୟୀ କ୍ୟାମ୍ପରେ ରହଣୀ ବ୍ୟବସ୍ଥା କରାଯାଇଛି । ସେପଟେ କୋରୋନା ସଂକ୍ରମଣକୁ ନଜରରେ ରଖି ଉଦ୍ଧାରକାରୀ ଦଳକୁ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖି ନିଜ ନିଜ ଗାଡିରେ ରହିବାକୁ ନିର୍ଦ୍ଦେଶ ଦିଆଯଆଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.