ETV Bharat / international

କୋରୋନା ସଚେତନତା କରୁଛନ୍ତି ମିଷ୍ଟର ବିନ୍ - ମିଷ୍ଟର ବିନ୍

ମିଷ୍ଟର ବିନଙ୍କୁ ନେଇ କୋଭିଡ 19 ଚେକ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରୟାସ ଜାରି ରଖିଛି । ଏହା ମିଷ୍ଟର ବିନଙ୍କ ଅତ୍ୟାବଶ୍ୟକୀୟ ଚେକ୍ ଲିଷ୍ଟ ନାମରେ ରିଲିଜ ହେବ । ଅଧିକ ପଢନ୍ତୁ...

ଲୋକଙ୍କୁ କୋରୋନା ସଚେତନତା କରୁଛନ୍ତି ମିଷ୍ଟର ବିନ୍

author img

By

Published : Jun 22, 2020, 10:37 PM IST

ୱାଶିଂଟନ: ଟିଭି ପରଦାରେ ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ମିଷ୍ଟର ବିନ୍ ଏବେ ସମାନ ଷ୍ଟାଇଲରେ କୋରୋନା ସମ୍ପର୍କରେ ସଚେତନତା କରୁଛନ୍ତି । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫଲୋଅର୍ସ ଥିବା ମିଷ୍ଟର ବିନ୍ କ୍ୟାରେକ୍ଟରକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଉପଯୁକ୍ତ ଭାବେ ବ୍ୟବହାର କରାଯାଇଛି । କୋଭିଡ 19 ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସେ ଲୋକଙ୍କୁ ମଜାଦାର ଷ୍ଟାଇଲରେ ବୁଝାଉଥିବା ଦେଖାଯାଇଛି ।

ସଙ୍ଗଠନ ପକ୍ଷରୁ ନିକଟରେ ଲୋକଙ୍କ ପାଇଁ ଏକ ଭିଡିଓ ଘୋଷଣାନାମା ଜାରି କରାଯାଇଛି । ଏଥିରେ କୋରୋନା ସମ୍ପର୍କରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଭିଡିଓରେ ମିଷ୍ଟର ବିନ୍ ନଜର ଆସିଛନ୍ତି । ତାଙ୍କର ଏକ କାର୍ଟୁନ ସ୍କେଚ ରହିଛି ଯିଏ ଲୋକଙ୍କୁ କୋରୋନା ଟିପ୍ସ ଦେଉଛି । ହାତ ସଫା କର, ଶାରୀରିକ ଭାବେ ଦୂରତ୍ବ ବଜାୟ ରଖ ଏବଂ ଆକ୍ରାନ୍ତଙ୍କ ପ୍ରତି ଦୟାବାନ ହୁଅ । ଲୋକଙ୍କୁ ଏପରି ପରାମର୍ଶ ଦେଉଛନ୍ତି ମିଷ୍ଟର ବିନ୍ । ବ୍ୟାକଗ୍ରାଉଣ୍ଡରେ ରୋୱାନ ଅଟକିନସନଙ୍କ ସ୍ବର ଆସୁଛି ଯିଏ ଏହି ଭୂମିକାରେ ଅଭିନୟ କରି ଲୋକଙ୍କ ପ୍ରିୟପାତ୍ର ପାଲଟିଛନ୍ତି ।

ମିଷ୍ଟର ବିନଙ୍କୁ ନେଇ କୋଭିଡ 19 ଚେକ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରୟାସ ଜାରି ରଖିଛି । ଏହା ମିଷ୍ଟର ବିନଙ୍କ ଅତ୍ୟାବଶ୍ୟକୀୟ ଚେକ୍ ଲିଷ୍ଟ ନାମରେ ରିଲିଜ ହେବ । ଏଥିରେ ଅଟକିନସନ ଭଏସ ଦେବା ସହ ତାଙ୍କର କାର୍ଟୁନ ଇମେଜ ଦ୍ବାରା ଲୋକଙ୍କୁ ସଚେତନ କରାଯିବ । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଏପରି ବିପଦ ସମୟରେ ବିନଙ୍କ ଲୋକପ୍ରିୟତାର ଉତ୍ତମ ଫାଇଦା ଉଠାଯାଇପାରେ । ବିଶେଷ କରି ପିଲାଙ୍କ ମଧ୍ୟରେ ସେ ଲୋକପ୍ରିୟ ଥିବାରୁ ଏହା ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ସଙ୍ଗଠନ ଆଶା କରିଛି ।

ପ୍ରକାଶ ଥାଉ କି ଆମେରିକାର କମେଡି ସିରିଜ ମିଷ୍ଟର ବିନ୍ ବିଶ୍ବରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି । ଫେସବୁକରେ ଏହି କ୍ୟାରେକ୍ଟରର ପ୍ରାୟ 96 ମିଲିୟନ ଫଲୋୟର୍ସ ରହିଛନ୍ତି । ଭାରତ, ବ୍ରାଜିଲ, ଇଣ୍ଡୋନେସିଆରେ ଏହାର ଅଧିକ ଫ୍ୟାନ୍ସ ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଦେଶମାନଙ୍କ ପାଇଁ ମିଷ୍ଟର ବିନର ସାହାଯ୍ୟ ନେଇଛି । ଏହି ଭୂମିକାରେ ଅଭିନୟ କରି ରୋୱାନ ଅଟକିନସନ୍ ଖୁବ୍ ଲୋକପ୍ରିୟ ପାଲଟିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.