ETV Bharat / international

ଭାରତୀୟ ବିଜନେସକୁ କଣ ଲାଭ ଦେବ ବିଡେନଙ୍କ ବିଜୟ? ଉଦ୍ୟୋଗ ଜଗତର ସ୍ବାଗତ

author img

By

Published : Nov 8, 2020, 10:47 PM IST

ଜୋ ବିଡେନଙ୍କ ବିଜୟକୁ ସ୍ବାଗତ ଜଣାଇଛନ୍ତି ଭାରତୀୟ ଉଦ୍ୟୋଗ ଜଗତ । ଅଧିକ ପଢନ୍ତୁ...

ଭାରତୀୟ ବିଜନେସକୁ କଣ ଲାଭ ଦେବ ବିଡେନଙ୍କ ବିଜୟ? ଉଦ୍ୟେଗ ଜଗତର ସ୍ବାଗତ

ନୂଆଦିଲ୍ଲୀ: ଐତିହାସିକ ବିଜୟ ସହ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ଡେମୋକ୍ରାଟ ନେତା ଜୋ ବିଡେନ । ନୂଆ ରାଷ୍ଟ୍ରପତି ବିଡେନ ଭାରତ ଓ ଆମେରିକା ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ କେଉଁ ପ୍ରାକର ଆଭିମୁଖ୍ୟ ଆପଣାଉଛନ୍ତି, ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଜୋ ବିଡେନଙ୍କ ବିଜୟକୁ ସ୍ବାଗତ ଜଣାଇଛନ୍ତି ଭାରତୀୟ ଉଦ୍ୟେଗ ଜଗତ । ତେବେ ଭାରତୀୟ ଉଦ୍ୟେଗ ଜଗତ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ଗଣତାନ୍ତ୍ରିକ ପ୍ରକ୍ରିୟା ପରିବର୍ତ୍ତନ ପାଇଁ ଜନମତ ଦେଇଛି । ଏହାସହ ବିଡେନଙ୍କ ନେତୃତ୍ବରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଓ ସହଯୋଗ ମଜବୁତ ହେବ ବୋଲି ଆଶା ବ୍ୟକ୍ତ କରିଛି ଭାରତୀୟ ଉଦ୍ୟେଗ ଜଗତ ।

ଭାରତୀୟ ଉଦ୍ୟେଗ ସଂଘ (ସିଆଇଆଇ) ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବିଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆମେ ରାଷ୍ଟ୍ରପତି ବିଡେନ ଏବଂ ତାଙ୍କ ପ୍ରଶାସନର ପୂନର୍ବାର ସହଯୋଗ ନେଇ ଆଶା କରୁଛୁ ।

ବାନାର୍ଜୀ କହିଛନ୍ତି ଯେ ମହାମାରୀ କୋରୋନା କାରଣରୁ ସୃଷ୍ଟି ହୋଇଥିବା ସଙ୍କଟ ପୂର୍ବରୁ 2019ରେ ଦୁଇ ଦେଶ ମଧ୍ୟରେ ଦ୍ରବ୍ୟ ଏବଂ ସେବାର ଦ୍ବିପାକ୍ଷିକ ବାଣିଜ୍ୟ ପ୍ରାୟ 150 ବିଲିୟନ ଡ଼ଲାରରେ ପହଞ୍ଚିଛି। ଆମେ ଆଶା କରୁଛୁ ଆଗାମୀ ବର୍ଷରେ ଏହା ବୃଦ୍ଧି ପାଇବ । ନୂତନ ଯୁଗରେ ଅର୍ଥନୈତିକ ସହଯୋଗରେ ନୂତନ ଶକ୍ତି ଯୋଗାଇବା ଦ୍ବାରା ଆମେ ଏଥିରେ 500 ବିଲିୟନ ଡଲାରର ଲକ୍ଷ୍ୟ ହାସଲ କରିବା ସହ ଅଗ୍ରଗତି କରିପାରିବା ବୋଲି ସେ କହିଛନ୍ତି ।

ସେହିପରି ଆମେରିକା-ଭାରତ ବ୍ୟବସାୟ ପରିଷଦ (USIBC) କହିଛି ଯେ ବାରାକ ଓବାମାଙ୍କ ପ୍ରଶାସନରେ ଦୁଇ ଦେଶର ରଣନୈତିକ ସମ୍ପର୍କକୁ ଆଗକୁ ନେବାରେ ବିଡେନ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପରିଷଦ କହିଛି ଯେ ଆମେ ବିଡେନ-କମଲା ହାରିସ ପ୍ରଶାସନ ସହିତ କାମ କରିବାକୁ ଉତ୍ସାହିତ | ଆମେ ଆଶା କରୁଛୁ ଯେ ତାଙ୍କ ନେତୃତ୍ବରେ ଆମେରିକା ଓ ଭାରତର ଅର୍ଥନୈତିକ ଭାଗିଦାରୀ ଏହାର ପୂର୍ଣ୍ଣ ସମ୍ଭାବନା ହାସଲ କରିବାରେ ସକ୍ଷମ ହେବ ଏବଂ ଏହା ଉଭୟ ଦେଶର ନାଗରିକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

ଜେଏସଡବ୍ଲୁ ଗ୍ରୁପର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ ଟ୍ବିଟ କରି କହିଛନ୍ତି ଯେ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ପରିବର୍ତ୍ତନ ପାଇଁ ଭୋଟ ଦେଇଛି। ଏଥିପାଇଁ ଆମେରିକୀୟ ସମ୍ପ୍ରଦାୟକୁ ଅଭିନନ୍ଦନ । ଏହା ସୁନିଶ୍ଚିତ କରିଛି ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ କୌଣସି ଆପୋଷ ବୁଝାମଣା ହେବ ନାହିଁ।

ଭାରତ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ସମେତ ବୃହତ ଦ୍ବିପାକ୍ଷିକ ବାଣିଜ୍ୟକୁ ବିସ୍ତାର କରିବା ତଥା ବିଶ୍ବସ୍ତରୀୟ ଆହ୍ବାନର ମୁକାବିଲା କରିବା ପାଇଁ ଅପିଲ କରିଛନ୍ତି ବିଡେନ ।

ବର୍ତ୍ତମାନ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ବାର୍ଷିକ 150 ବିଲିୟନ ଡଲାରରୁ ଅଧିକ ଅଛି । ହେଲେ ଯେତେବେଳେ ବିଡେନ 2013 ରେ ଉପରାଷ୍ଟ୍ରପତି ଭାବରେ ଭାରତ ଗସ୍ତ କରିଥିଲେ, ସେତେବେଳେ ସେ ଦ୍ବିପାକ୍ଷିକ ବାଣିଜ୍ୟକୁ 500 ବିଲିୟନ ଡଲାରକୁ ନେବାକୁ ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ଆଶା କରାଯାଉଛି ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଜୋ ବିଡେନ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.