ୱାଶିଂଟନ: ଆଜିକାଲିର ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗୁଁ ମନୁଷ୍ୟ ଚନ୍ଦ୍ରରେ ପାଦ ଥାପିବାକୁ ବି ସକ୍ଷମ ହୋଇଛି । ଟେକ୍ନୋଲୋଜି ଓ ସାଇନ୍ସ ମାଧ୍ୟମରେ ମଣିଷ ତାର ସମସ୍ତ କାମ ପୁରା କରିବାରେ ସଫଳତା ଅର୍ଜନ କରିଛି । ତେବେ ଏମିତି ଖବର ଯାହା ଜାଣିବା ପରେ ଆପଣ ଥରେ ନୁହେଁ ଦଶଥର ଭାବିବାକୁ ବି କୁଣ୍ଠାବୋଧ କରିବେ ନାହିଁ ।
ଆମେରିକାରେ ରହୁଥିବା 31 ବର୍ଷୀୟ ମହିଳା ଇଞ୍ଜିନିୟର ହେଲେ ବାୟୋନିକ ବୁମନ । ସେ ନିଜ ଜ୍ଞାନକୌଶଳରେ ନିଜ ହାତରେ ଦୁଇଟି ଚିପକୁ ଇମ୍ପ୍ଲାଟ କରିଛନ୍ତି । ଏକ ଚିପ ଡୋର ବା କବାଟ ଖୋଲିବାରେ ସହାୟକ ହେଉଥିବା ଅନ୍ୟ ଚିପଟି ବିଭିନ୍ନ ସନ୍ଦେଶ ଦେବାରେ ପ୍ରାଯୁର୍ଜ୍ୟ ହୋଇପାରୁଛି ।
କେବଳ ଏତିକି ନୁହେଁ ଦୁର୍ଘଟଣାରେ ସେ ଗୁରୁତର ଆହତ ହେବା ପରେ ନିଜ ଶରୀରର ବିଭିନ୍ନ ସ୍ଥାନ ମାନଙ୍କରେ ସେ ଚିପ୍ ପ୍ରତ୍ୟରୋପଣ କରିଛନ୍ତି ଯାହା ଫଳରେ ସମସ୍ତ କାମ ତାଙ୍କର ସୁରୁଖୁରୁରେ ହେଉଥିବା ସେ ଏକ ସାକ୍ଷାତକାରରେ ଦର୍ଶାଉଛନ୍ତି ।