ETV Bharat / international

କୋରୋନା ମୁକାବିଲା: 194 ମିଲିୟନ ଡ଼ଲାର ଅତିରିକ୍ତ ସହାୟତା ଯୋଗାଇବ ଆମେରିକା - କୋରୋନା ମୁକାବିଲା

ଯୁକ୍ତରାଷ୍ଟ୍ର ଆମେରିକା କୋରୋନା ମୁକାବିଲା ପାଇଁ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କୁ ଅତିରିକ୍ତ ଭାବେ 194 ମିଲିୟନ ଡ଼ଲାରର ସହାୟତା ଯୋଗାଇବାକୁ ଘୋଷଣା କରିଛି । ଏହି ସହାୟତା ଦ୍ବାରା ଆମେରିକାର ମୋଟ ସହାୟତା ପରିମାଣ 11 ବିଲିୟନ ଡ଼ଲାରରେ ପହଞ୍ଚିଛି । ଏନେଇ ଆମେରିକାର ବୈଦେଶିକ ସଚିବ ମାଇକେଲ ପୋମ୍ପିଓ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: 194 ମିଲିୟନ ଡ଼ଲାର ଅତିରିକ୍ତ ସହାୟତା ଯୋଗାଇବ ଆମେରିକା

author img

By

Published : Jun 5, 2020, 1:43 PM IST

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକା କୋରୋନା ମୁକାବିଲା ପାଇଁ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କୁ ଅତିରିକ୍ତ ଭାବେ 194 ମିଲିୟନ ଡ଼ଲାରର ସହାୟତା ଯୋଗାଇବାକୁ ଘୋଷଣା କରିଛି । ଏହି ସହାୟତା ଦ୍ବାରା ଆମେରିକାର ମୋଟ ସହାୟତା 11 ବିଲିୟନ ଡ଼ଲାରରେ ପହଞ୍ଚିଛି । ଏନେଇ ଆମେରିକାର ବୈଦେଶିକ ସଚିବ ମାଇକେଲ ପୋମ୍ପିଓ ପ୍ରକାଶ କରିଛନ୍ତି ।

ପୋମ୍ପିଓ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, ‘ଆମେରିକା 194 ମିଲିୟନ ଡ଼ଲାରରୁ ଅଧିକ ନୂତନ ସହାୟତା ଘୋଷଣା କରୁଛି, ଯେଉଁଥିରେ ଭେଣ୍ଟିଲେଟର କ୍ରୟକୁ ବାବଦରେ ପ୍ରାୟ 180 ମିଲିୟନ ଡ଼ଲାର ପ୍ରଦାନ କରାଯାଇଥିବା ବେଳେ ଶରଣାର୍ଥୀଙ୍କୁ ସହାୟତା ପାଇଁ ଆମେରିକା 14 ମିଲିୟନ ଡଲାରର ସହାୟତା ପ୍ରଦାନ କରିଛି ।’ କୋରୋନା ମହାମାରୀ ଦ୍ବାରା ପ୍ରଭାବିତ ଦେଶ ଗୁଡିକ ଉଦ୍ଦେଶ୍ୟରେ ପୋମ୍ପିଓ ଏହା କହିଛନ୍ତି ।

ପମ୍ପିଓ କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟର ସୁରକ୍ଷା ତଥା ମାନବିକ ସହାୟତା ପାଇଁ ଆମେରିକା ସର୍ବାଧିକ ଯୋଗଦାନ ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି କୋରୋନାକୁ ଦୃଷ୍ଟିରେ ରଖି ଆମେ ଦେଶ ତଥା ବିଦେଶରେ ଭୂତାଣୁ ମୁକାବିଲା ପାଇଁ ଏକତ୍ରିତ ହୋଇ 11 ବିଲିୟନ ଡଲାରରୁ ଅଧିକ ସହାୟତା କରିଛୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.