ETV Bharat / international

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ କୋରୋନା ପଜିଟିଭ - ମେଲାନିଆ ଟ୍ରମ୍ପ କୋରୋନା ପଜିଟିଭ

ମହାମାରୀ କୋରୋନା ଭାଇରସ ଆମେରିକାରେ ସର୍ବାଧିକ ପ୍ରଭାବିତ କରିଛି । ଏହି ଭାଇରସ କବଳରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ । ପୂର୍ବରୁ ଟ୍ରମ୍ପ କୋରୋନାକୁ ଖାତିର ନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ବିନା ମାସ୍କରେ ଗସ୍ତ କରୁଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ କୋରୋନା ପଜିଟିଭ

author img

By

Published : Oct 2, 2020, 11:15 AM IST

Updated : Oct 2, 2020, 12:01 PM IST

ୱାଶିଂଟନ: କୋରୋନା ଭାଇରସ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାର ରାଷ୍ଟ୍ରପତି ଏବେ କୋରୋନା ଆକ୍ରାନ୍ତ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କୋଭିଡ ପଜିଟିଭ ହୋଇଛନ୍ତି । ଏନେଇ ଶୁକ୍ରବାର(ଆଜି) ଟ୍ରମ୍ପ ନିଜେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । କୋରୋନା ସଂକ୍ରମିତ ଜଣାପଡିବା ପରେ ଦୁହେଁ ବର୍ତ୍ତମାନ କ୍ବାରେଣ୍ଟାଇନରେ ରହିଛନ୍ତି । ନଭେମ୍ବରରେ 3 ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଟ୍ରମ୍ପ ସଂକ୍ରମଣର ଶିକାର ହୋଇଛନ୍ତି ।

ଶୁକ୍ରବାର(ଆଜି) ହ୍ବାଇଟ ହାଉସର ପରାମର୍ଶଦାତା ହୋପ ହ୍ବିକ୍ସ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ରମ୍ପ ଟ୍ବିଟ ଜଣାଇଥିଲେ । ଏଥିସହ ସେ ତାଙ୍କର ଓ ପ୍ରଥମ ମହିଳା ମେଲାନିଆଙ୍କ ରିପୋର୍ଟକୁ ଅପେକ୍ଷା କରିଥିବା ନେଇ ଟ୍ରମ୍ପ କହିଥିଲେ । ଏହା ପରେ ଆମେ ଆମର କ୍ବାରେଣ୍ଟାଇନରେ ରହିବୁ ବୋଲି ସେ ସୂଚନା ଦେଇଥିଲେ । ଏହାର କିଛି ସମୟରେ ଟ୍ରମ୍ପ ଆଉ ଏକ ଟ୍ବିଟ କରି ନିଜେ କୋଭିଡ ପଜିଟିଭ ଥିବା କହିଥିଲେ ।

ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆଙ୍କୁ ଆସନ୍ତା 14 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏକ ସପ୍ତାହ ପରେ ସେମାନଙ୍କୁ ପୁନର୍ବାର କୋରୋନା ପରୀକ୍ଷା କରିବେ ।ସୂଚନାଯୋଗ୍ୟ, ଆମେରିକାରେ ଟ୍ରମ୍ପଙ୍କ ସରକାର କୋରୋନା ପରିଚାଳନା କରିଥିଲେ ସମାଲୋଚନା କରାଯାଉଛି । ଡୋନାଲ୍ଡ ଟ୍ରମ୍ପ ନିଜେ ଦୀର୍ଘ ସମୟ ଧରି ମାସ୍କ ପିନ୍ଧି ନଥିଲେ । ଦୀର୍ଘ ଦିନ ହେବ ଏବେ ଟ୍ରମ୍ପ କୋରୋନାର ଭୟାବହତାକୁ ଦେଖି ବିଭିନ୍ନ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧୁଥିବାର ନଜର ଆସୁଛନ୍ତି ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ ପ୍ରଥମ ରାଷ୍ଟ୍ରପତିଙ୍କ ବିତର୍କ ହୋଇଯାଇଛି । ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ଚୀନକୁ କୋରୋନା ପାଇଁ ଦାୟୀ କରିଥିଲେ। ଜୋ ବିଡେନ ଟ୍ରମ୍ପଙ୍କ ମାସ୍କ ପିନ୍ଧାକୁ ନେଇ ମଜାକ ଉଡାଇଥିଲେ ।

Last Updated : Oct 2, 2020, 12:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.